ମନୋରଞ୍ଜନ

ସାଥୀ ତୁ ମୋର ଜନ୍ମ ଜନ୍ମର

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସାଥୀ ତୁ ମୋର ଜନ୍ମ ଜନ୍ମର’ର ଶୁଭ ମହୁରତ ଅନୁଷ୍ଠିତ ହେଇଯାଇଛି। ବନ୍ଧୁତ୍ବ କେବେ ଭାଙ୍ଗେ ନାହିଁ କି ଥମେ ନାହିଁ। ହେଲେ ଆଜିର ସମୟରେ ଯୁବପିଢ଼ି ଗୋଟିଏ ଛୋଟ ଛୋଟ ଭୁଲ ପାଇଁ ନିଜର ବନ୍ଧୁତାକୁ ହରାଇ ବସୁଛନ୍ତି ତାହା ଏହି ଚଳଚ୍ଚିତ୍ର କାହାଣୀରେ ପ୍ରତିଫଳିତ ହେଇଛି। ଏଥିରେ ମୁଖ୍ୟ ଭୂମିକାରେ କାଳିଚରଣ, ମାନସ ଥିବା ବେଳେ ନାୟକ ଭୂମିକାରେ ବବୁଲ୍ ଓ ଭିକ୍କି ରହିଛନ୍ତି। ନାୟିକା ଭୂମିକାରେ ଆନାୟା ଓ ବନ୍ଦନାଙ୍କୁ ଦେଖିବାକୁ ମିଳିବ। ଥ୍ରି-ଜେନ୍ ଷ୍ଟୁଡିଓ ପରିସରରେ ମହୁରତ ହେଇଥିବା ଏହି ଉତ୍ସବରେ ପ୍ରଯୋଜିକା ଚୁମୁକି ଗୋସାଲ୍ ଓ ମମତା ରଥ, ନିର୍ଦ୍ଦେଶକ ବାବୁ, ସହ ନିର୍ଦ୍ଦେଶକ ଦେବେଶ ଚାଟାର୍ଜୀ, ସଙ୍ଗୀତ ନିର୍ଦ୍ଦେଶକ ଜୟଦେବ ମିଶ୍ର, ସଂଳାପକାର ସନ୍ତୋଷ ମହାପାତ୍ର, ନୃତ୍ୟ ନିର୍ଦ୍ଦେଶକ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ