ଆନନ୍ଦପୁର ୨୦।୦୩ : କରୋନା ସଂକ୍ରମଣ ଏବଂ ସଡ଼କ ସୁରକ୍ଷା ନେଇ ଆକ୍ସନକୁ ଆସିଛି ପ୍ରଶାସନ । ଆନନ୍ଦପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାସ୍କ ଓ ହେଲ୍ମେଟ୍ ଚେକିଂ କଡ଼ାକଡ଼ି ଆରମ୍ଭ ହୋଇଛି । ପ୍ରଥମେ ଲୋକଙ୍କ ସଚେତନ କରାଯିବ, ଏହାପରେ ଅମାନିଆଙ୍କ ଠାରୁ ତଣ୍ଡ ଗଣିବ ପୋଲିସ ।
ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୋଲିସ ଆସନ୍ତା ୭ଦିନ ପର୍ଯ୍ୟନ୍ତ ଲୋକଙ୍କ ମାସ୍କ ଓ ହେଲ୍ମେଟ୍ ପିନ୍ଧିବା ନେଇ ସଚେତନତା କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଥିବ ଲିପ୍ ଲେଟ୍ କରାଯାଏ ବିଭିନ୍ନ ଛକରେ ବଣ୍ଟନ କରାଯାଉଛି । ସାତ ଦିନର ସଚେତନତା ପରେ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ଆଦାୟ କରାଯିବ । ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ କରାଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି ।