ରାଜ୍ୟ ସ୍ପେଶାଲ ରିପୋର୍ଟ

ସାତକୋଶିଆରେ ଏମିତି ପର୍ଯ୍ୟଟନ: ଆଣ୍ଠେଇଛି ଗୃହ ଆତିଥ୍ୟ, ସଫାରି

ଅନୁଗୁଳ : ବଡ଼ ଯୋଜନା କରିଥିଲେ ସରକାର। ସାତକୋଶିଆରେ ପର୍ଯ୍ୟଟକଙ୍କୁ ଗାଁ ଲୋକଙ୍କ ଦ୍ବାରା ଗୃହ ଆତିଥ୍ୟ ଦିଆଯିବ। କେବଳ ଆତିଥ୍ୟ ନୁହେଁ, ପର୍ଯ୍ୟଟକଙ୍କୁ ସାତକୋଶିଆରେ ସଫାରିରେ ବୁଲାଇବାକୁ ବି ସ୍ବପ୍ନ ଦେଖାଇଥିଲେ। ହେଲେ ସବୁ ସ୍ବପ୍ନ କିନ୍ତୁ ଆରମ୍ଭରୁ ଝୁଣ୍ଟିଛି। ଗୃହ ଆତିଥ୍ୟ ଯୋଜନା ସରକାରଙ୍କ ପାଖେ ଝୁଲି ରହିଥିବା ବେଳେ ନୂଆ ଗାଡ଼ି ଖର୍ଦ୍ଦି ପରେ ବି ସଫାରି ଯୋଜନା ସାତକୋଶିଆ ବନଖଣ୍ଡ ପାଖେ ଅଟକି ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାତକୋଶିଆରେ ଯୋଜନା ଯଦି ଏମିତି କାର୍ଯ୍ୟକାରୀ ହୁଏ, ତେବେ ଜିଲ୍ଲାର ପର୍ଯ୍ୟଟନ କେମିତି ବିକଶିତ ହେବ? ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଗୃହ ଆତିଥ୍ୟ ଯୋଜନା କହିଲେ, ସାତକୋଶିଆକୁ ବୁଲି ଆସୁଥିବା ଅତିଥିଙ୍କୁ ନିଜ ଘରେ ଆତିଥ୍ୟ ଦେବା। ଏ ଯୋଜନା ସାତକୋଶିଆ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ। ଯୋଜନା ମୁତାବକ, ଓଡ଼ିଶାର ଏମିତି କିଛି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ରହିଛି ଯେଉଁଠି, ହୋଟେଲ୍‌ର ସୁବିଧା ନାହିଁ କି ସ୍ଥାନୀୟ ଲୋକଙ୍କର ଆର୍ଥିକ ପ୍ରଗତି ନାହିଁ। ତେଣୁ, ଗାଁ ଲୋକଙ୍କ ଘରେ ହୋଟେଲ୍ ଭଳି ରହଣି ବ୍ୟବସ୍ଥା କରାଇ ପର୍ଯ୍ୟଟକଙ୍କୁ ସେ ସ୍ଥାନକୁ ଆକୃଷ୍ଟ କରିବା ଏବଂ ଏହାଦ୍ବାରା ସ୍ଥାନୀୟ ଲୋକଙ୍କର ଆର୍ଥିକ ସମୃଦ୍ଧି କରାଇବା ଥିଲା ଓଡ଼ିଶା ହୋମ୍‌ ଷ୍ଟେ ରୁଲ୍‌ସର ନିୟମ। ଏହାଦ୍ବାରା ସରକାର କିଛି ଗାଁ ଲୋକଙ୍କୁ ଚିହ୍ନଟ କରିବେ। ସେମାନଙ୍କର ଭିତ୍ତିଭୂମି ପରଖିବେ। ସରକାର ସେମାନଙ୍କୁ କିଛି ଅନୁଦାନ ଦେଇ ଲୋକଙ୍କ ଭିତ୍ତିଭୂମିକୁ ବିକଶିତ କରାଇବେ, ପର୍ଯ୍ୟଟକଙ୍କ ରହିଲା ଭଳି ବ୍ୟବସ୍ଥା କରାଇବେ। ସେହିଘରେ ପର୍ଯ୍ୟଟକ ଆସି କେବଳ ରହିବେ ନାହିଁ, ବରଂ ପର୍ଯ୍ୟଟନ ସହ ଗାଁର ଖାଦ୍ୟ, ସଂସ୍କୃତି ଓ ପରିବେଶ ସହିତ ପରିଚିତ ହେବେ। ଏ ବାବଦକୁ ପର୍ଯ୍ୟଟକ କିଛି ଟଙ୍କା ଖର୍ଚ୍ଚ କରିବେ। ଏହାଦ୍ବାରା ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶ ହୋଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ।

ଯୋଜନା ମୁତାବକ, ଅନୁଗୁଳ ଜିଲ୍ଲା ପ୍ରଶାସନକୁ ଏହା ଉପରେ କାମ କରିବା ପାଇଁ କୁହାଯାଇଥିଲା। ସାତକୋଶିଆର ଟିକରପଡ଼ା ସମେତ ସ୍ଥାନୀୟ କେତୋଟି ଗାଁରେ ଏ ହୋମ୍‌ ଷ୍ଟେ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ହିତାଧିକାରୀ ଚିହ୍ନଟ ପୂର୍ବରୁ ସ୍ଥାନୀୟ ଲୋକ ଏବଂ ପ୍ରଶାସନକୁ ନେଇ କମିଟି ଗଠନ କରିବାକୁ କୁହାଯାଇଥିଲା। କମିଟି ଗଠନ ପରେ ଗାଁର କେଉଁ ବ୍ୟକ୍ତି ଏ ପ୍ରକାର ଆତିଥ୍ୟ ଦେବାକୁ ଇଚ୍ଛୁକ ସେଥିପାଇଁ ଆବେଦନ କରିବା କଥା। କିନ୍ତୁ, କମିଟି ଗଠନରେ ହିଁ ଏ ଯୋଜନା ଅଟକିଛି। ଆବେଦନ ପ୍ରକ୍ରିୟା ଏଯାବତ୍‌ ଆରମ୍ଭ ହୋଇନାହିଁ।

ଅନ୍ୟପକ୍ଷରେ, ସାତକୋଶିଆ ପର୍ଯ୍ୟଟନର ବିକାଶ ପାଇଁ ମୁମ୍ବାଇର ଏକ ସଂସ୍ଥା ଦ୍ବାରା ମାଷ୍ଟରପ୍ଲାନ୍‌ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ମୁମ୍ବାଇ ଟିମ୍‌ ତୁହାକୁ ତୁହା ସାତକୋଶିଆ ଗସ୍ତ କରି ଭିତ୍ତିଭୂମି ପରଖି ସାରିଛନ୍ତି।

ତେବେ, ସାତକୋଶିଆରେ ଦୁଇ ଦୁଇଟା ପର୍ଯ୍ୟଟନ ସହିତ ଜଡ଼ିତ ସୁନ୍ଦର ଯୋଜନା ଆରମ୍ଭରୁ ଆଣ୍ଠେଇଥିବା ବେଳେ ପୁଣି ନୂଆ ମାଷ୍ଟର ପ୍ଲାନ୍‌ କେତେ ସଫଳ ହେବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।