ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଢ଼େ ୮ଟାରେ ତାତି ଛୁଇଁଲା ୩୬ ଡିଗ୍ରି: ବାରିପଦା ସବୁଠାରୁ ଉତ୍ତପ୍ତ

ଭୁବନେଶ୍ବର: ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ  ଉମାଶଙ୍କର ଦାସ।

ସେପଟେ ଆଜି ପାଇଁ ରାଜ୍ୟର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ୧୦ଟି ଜିଲ୍ଲାକୁ ଅତ୍ୟଧିକ ଗରମ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ସକାଳ ସାଢ଼େ ୮ଟା  ସୁଦ୍ଧା  ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି। ତାହା ଅନୁଯାୟୀ, ବାରିପଦାରେ ତାପମାତ୍ରା ୩୬°, ବାଲେଶ୍ୱରରେ ୩୬°, ମାଲକାନଗିରି ଓ କେନ୍ଦୁଝରରେ ୩୫°, ଭବାନୀପାଟଣାରେ ୩୪.୪°, ଭୁବନେଶ୍ୱରରେ ୩୩.୮°, ଜଗତସିଂହପୁରରେ ୩୩.୪°, ଅନୁଗୁଳରେ,ଟିଟଲାଗଡ଼ ଓ ବୌଦ୍ଧରେ ୩୩° ଏବଂ କଟକ ୩୨.୬° ସେଲସିୟସ୍ ଥିବା ଜଣାଯାଇଚି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।