ଦେଶ ବିଦେଶ ମନୋରଞ୍ଜନ

ସାଉଦି ଆରବରେ ସଲମାନ ଖାନ୍‌ଙ୍କୁ ମିଳିଲା ‘ପର୍ସନାଲିଟି ଅଫ୍‌ ଦି ଇୟର’ର ଆୱାର୍ଡ, ସେୟାର କଲେ ଇଭେଣ୍ଟର ଫଟୋ…

ନୂଆଦିଲ୍ଳୀ ୩୧।୦୧: ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସଲମାନ ଖାନ୍‌ ତାଙ୍କ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ୍‌ କରି ଆସୁଛନ୍ତି । ବଲିଉଡ୍‌ରେ ଏଯାଏଁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କ ଫିଲ୍ମ ହେଉ କିମ୍ବା ପର୍ସନାଲ ଲାଇଫ୍‌ ସବୁବେଳେ ଲାଇମ୍‌ ଲାଇଟକୁ ଆସିଥାନ୍ତି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି ଯେଉଁମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ସଲମାନଙ୍କ ଫିଲ୍ମ ବଲିଉଡରେ ଯେଉଁ ପ୍ରକାରର କ୍ରେଜ୍ ଦେଖାଯାଏ, ତାହା ଅନ୍ୟ କୌଣସି ଅଭିନେତାଙ୍କ ଫିଲ୍ମରେ ଦେକା ଯାଏ ନାହିଁ । ୫୬ ବର୍ଷିୟ ସଲମାନ ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟ ଠାରୁ ଆରମ୍ଭ କରି ଆଗାମୀ ଫିଲ୍ମ ବିଷୟରେ ଅବଗତ କରିଥାନ୍ତି । ହେଲେ ବର୍ତ୍ତମାନ ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଥିଲେ, ଯାହା ସାଉଦି ଆରବର ରାଜଧାନୀ ରିୟାଦରେ ଆୟୋଜିତ ଜୟ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ସଲମାନ ଖାନ ରବିବାର ଦିନ ଆୱାର୍ଡ ପୋଗ୍ରାମର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଲମାନ ଖାନ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଏହା ବ୍ୟତୀତ ସେ କ୍ୟାପସନରେ ଲେଖିଛନ୍ତି, ‘ମୋ ଭାଇ ବୁ ନାସିର୍ … ତମ ସହ ଭେଟ ହୋଇ ବହୁତ ଭଲ ଲାଗିଲା। ସଲମାନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ଖୁବ୍‌ ଶୁଭେଚ୍ଛା କରିଥିଲେ। ଏହାକୁ ନେଇ ଜଣେ ପ୍ରଶଂସକ କହିଛନ୍ତି, ‘ଅଭିନନ୍ଦନ ସାର୍।’ ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ‘ସୁପର ଭୋଇ ଜାନ’।

ନିକଟରେ ସଲମାନ ଖାନଙ୍କ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହା ଖୁବ୍‌ ଭାଇରାଲ୍‌ ହୋଇଛି । ଯେଉଁଥିରେ ସେ ହଲିଉଡ ଅଭିନେତା ଜନ୍ ଟ୍ରାଭୋଲଟାଙ୍କୁ ଭେଟିଥିଲେ। ତାଙ୍କୁ ହ ନିଜକୁ ପରିଚିତ କରି ସଲମାନ କୁହନ୍ତି, ‘ମୁଁ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରେ। ମୋର ନାମ ସଲମାନ ଖାନ । ଅନ୍ୟପଟେ ତାଙ୍କ କାମ ବିଷୟରେ କହିବାକୁ ଗଲେ ସଲମାନ ଖାନ ଖୁବ୍ ଶୀଘ୍ର ‘ଟାଇଗର’ ‘ର ନଜର ଆସିବେ । ଏହାର ସୁଟିଂ ମଧ୍ୟ ସରିବ । ଏହା ବ୍ୟତୀତ ତାଙ୍କର ‘କିକ୍ -୨’, ‘କଭି ଇଦ୍ କଭି ଦିୱାଲୀ’ ଏବଂ ‘ବଜରଙ୍ଗୀ ଭଜନ’ ର ସିକ୍ୱେଲ୍ ଆସିବାକୁ ଯାଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ