ଦେଶ ବିଦେଶ ମନୋରଞ୍ଜନ

ସାଉଥ୍‌ ଇଣ୍ଡଷ୍ଟ୍ରିରେ କାହିଁକି କାମ କରିବାକୁ ପସନ୍ଦ କରନ୍ତି ସୋନୁ ସୁଦ୍ ? ଅଭିନେତା କଲେ ଖୁଲାସା

ମୁମ୍ବାଇ ୨୯।୦୫: ବଲିଉଡ ଅଭିନେତା ସୋନୁ ସୁଦ କରୋନାର ମୁସ୍କିଲ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ଅଭିନେତା ସୋନୁ ନିଜର ଦମଦାର ଅଭିନୟ ପାଇଁ ବେଶ ଲୋକପ୍ରିୟତା ପାଇଛନ୍ତି। ସେଥିପାଇଁ ସୋନୁଙ୍କ ଅଗଣିତ ଫ୍ୟାନ ତାଙ୍କୁ ଭଗବାନଙ୍କ ଭଳି ପୂଜା ମଧ୍ୟ କରୁଛନ୍ତି। ସୋନୁ ସୁଦ ବଲିଉଡର ଏକ ବଡ ତାରକା । ସେ ୧୯୯୯ ରେ କାଲାଜାହାର ଏବଂ ନେଞ୍ଜିନିଲ ପରି ତାମିଲ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସାଉଥ ସିନେମାରେ ବହୁ ସମୟ ବିତାଇବା ପରେ ସେ ହିନ୍ଦୀ ଚଳଚ୍ଚିତ୍ର ଆଡକୁ ମୁହାଁଇଥିଲେ । ‘ଶାହିଦ-ଏ-ଆଜମ’ରେ ବଲିଉଡରେ ତାଙ୍କର ପ୍ରଥମ ବ୍ରେକ ପାଇଥିଲେ। ତଥାପି, ସୋନୁ ସୁଦ୍‌ ଦକ୍ଷିଣ ଚଳଚ୍ଚିତ୍ରରେ ବହୁତ ଆକ୍ଟିଭ୍‌ ରୁହନ୍ତି। ବର୍ତ୍ତମାନ ସୋନୁ ସାଉ୍‌ଥ ଇଣ୍ଡଷ୍ଟ୍ରି ବିଷୟରେ ଏପରି କିଛି ଦେଇଛନ୍ତି, ଯାହା ଅନେକ ଚର୍ଚ୍ଚକୁ ଆସୁଛି ।

ଏକ ସାକ୍ଷାତକାରରେ ସୋନୁ ସୁଦ ସାଉଥ୍‌ ଇଣ୍ଡଷ୍ଟ୍ରିରେ କାମ କରିବାର କାରଣ ବିଷୟରେ କହିଛନ୍ତି। ଏହାକୁ ନେଇ ସେ କହିଛନ୍ତି, ‘ମୁଁ ସ୍କ୍ରିପ୍ଟ ବିଷୟରେ କହିବାକୁ ଗଲେ ଆରମ୍ଭରୁ ତାହାକୁ ପସନ୍ଦ କରିଥାଏ। ତାମିଲ, ତେଲୁଗୁ କିମ୍ବା ହିନ୍ଦୀ ଚଳଚ୍ଚିତ୍ର ହେଉ ନା କାହିଁକି । ସାଉଥ୍‌ ଫିଲ୍ମ ମୋତେ ମୋ ଖରାପ ହିନ୍ଦୀରୁ ବଞ୍ଚାଇଥାଏ । ଏକ ସମୟ ଆସିବ ଯେତେବେଳେ ତୁମେ ଅନୁଭବ କରିବା ଆରମ୍ଭ କରିବ ଯେ ତୁମେ କେବଳ ଏକ ବଡ ଫିଲ୍ମରେ ଅଭିନୟ କରିବା ପାଇଁ କାମ କରୁଛ । ସାଉଥ ଫିଲ୍ମ ମୋତେ ଏହା କରିବା ଠାରୁ ଦୂରରେ ରହିବାକୁ ସାହାଯ୍ୟ କରେ ।

ସୋନୁ ସୁଦ ତେଲୁଗୁ ଫିଲ୍ମ ‘ଆଚାର୍ଯ୍ୟ’ରେ ନଜର ଆସିଥିଲେ। ଯେଉଁଥିରେ ସେ ଚିରଞ୍ଜୀବୀ ଏବଂ ତାଙ୍କ ପୁଅ ରାମ ଚରଣଙ୍କ ସହ କାମ କରିଥିଲେ। ଏହି ଫିଲ୍ମରେ ସୋନୁ ସୁଦଙ୍କ ନେଗେଟିଭ୍‌ ଭୂମିକାକୁ ସମସ୍ତେ ବହୁତ ପସନ୍ଦ କରିଥିଲେ। ହେଲେ ଏହା ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିନଥିଲା। ବର୍ତ୍ତମାନ ସୋନୁ ସୁଦ ଫିଲ୍ମ ‘ସମ୍ରାଟ ପୃଥୀରାଜ୍‌’ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର, ମନୁଷୀ ଚିଲାର ଏବଂ ସଞ୍ଜୟ ଦତ୍ତଙ୍କ ସହ କାମ କରିଛନ୍ତି। ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ୩ ଜୁନ୍‌ ୨୦୨୨ ରେ ରିଲିଜ୍‌ ହେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ