ଅପରାଧ ରାଜ୍ୟ

ସାଇବର ଠକ ଫାଶରେ ଫସିଲେ ବାୟୁସେନା ଡାକ୍ତର: ବିଦ୍ୟୁତ୍‌ ବିଲ୍‌ ନାଁରେ ହରାଇଲେ ଦେଢ଼ ଲକ୍ଷ

ଭୁବନେଶ୍ବର : ସାଇବର ଠକମାନେ ବିଦ୍ୟୁତ୍ ବିଲ୍‌ ବକେୟା ଥିବାରୁ ଲାଇନ୍‌ କଟାଯିବା‌ର ଧମକ ଦେଇ ଉପଭୋକ୍ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏଭଳି ଅଭିଯୋଗ ନୂଆ ନୁହେଁ। ଏଭଳି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ କରାଯାଉଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ସଚେତନ କରିବାକୁ ଉପଭୋକ୍ତାଙ୍କ ମୋବାଇଲ୍‌କୁ ବାରମ୍ବାର ମେସେଜ୍ ପଠାଉଛନ୍ତି। ତଥାପି ସାଇବର ଠକଙ୍କ ଫାଶରେ ଫସୁଛନ୍ତି ଉପଭୋକ୍ତା। ଜଣେ ବାୟୁସେନାର ଅବସରପ୍ରାପ୍ତ ଡାକ୍ତର ଏମିତି ଠକାମିର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଠକାମିର ୨୪ ଘଣ୍ଟା ଭିତରେ ସାଇବର ଥାନାର ସହଯୋଗ ନେବା କଥା। କିନ୍ତୁ ଡାକ୍ତର ୭ ଦିନ ପରେ ପୁଲିସରେ ଅଭିଯୋଗ କରିଛନ୍ତି। ସେହିଭଳି ଜଣେ ବ୍ୟବସାୟୀ ମଧ୍ୟ କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବାକୁ ଯାଇ ସାଇବର ଠକଙ୍କ ଜାଲ‌ରେ ଛନ୍ଦି ହୋଇ ୬୦ ହଜାର ଟଙ୍କା ହରାଇଛନ୍ତି।

ଅଭିଯୋଗ ଅନୁସାରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ବାୟୁସେନାର ଅବସରପ୍ରାପ୍ତ ଡାକ୍ତର ବିକେ ଜେନାଙ୍କୁ ଏକ ମୋବାଇଲ୍‌ ଫୋନ୍‌ରୁ କଲ୍‌ ଆସିଥିଲା।
ଅପରିଚିତ ବ୍ୟକ୍ତିଜଣଙ୍କ ନିଜକୁ ଟାଟା ପାୱାରର ଅଧିକାରୀ ବୋଲି ପରିଚୟ ଦେଇଥିଲା। ବାକିଥିବା ବିଦ୍ୟୁତ୍‌ ବିଲ୍‌ ତୁରନ୍ତ ପଇଠ ନକଲେ, ତାଙ୍କ ବିଦ୍ୟୁତ୍ ସଂଯୋଗ କାଟିଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ବିଳମ୍ବିତ ରାତି ହୋଇଥିବାରୁ ଡାକ୍ତର ଜେନା ଫୋନ୍‌ କାଟି ଦେଇଥିଲେ। କିନ୍ତୁ ସକାଳେ ସେ ନିଜ ଆଡ଼ୁ ଉକ୍ତ ନମ୍ବରରେ କଲ୍‌ କରିଥିଲେ। ସେପଟୁ ନକଲି ଅଧିକାରୀ ବା ସାଇବର ଠକ ତାଙ୍କୁ ଅନ୍‌ଲାଇନ୍‌ରେ ବିଲ୍‌ ପଇଠ କରିବା ପାଇଁ କହିଥିଲେ। ସାଇବର ଠକର ଚାଲ୍‌ ବୁଝିନପାରି ଡାକ୍ତର ଜେନା ତା କଥାନୁସାରେ ଅନ୍‌ଲାଇନ୍‌ରେ ବିଲ୍‌ ପଇଠ କରିଥିଲେ। ପ୍ରଥମ ଥର ଠକ ତାଙ୍କଠାରୁ ଓଟିପି ନେଇ ଆକାଉଣ୍ଟରୁ ୪୮ହଜାର ଟଙ୍କା ନେଇଯାଇଥିଲା। ଏତେ ଟଙ୍କା କାହିଁକି କଟିଲା ବୋଲି ପଚାରିବାରୁ ଠକ କହିଲା ଯେ ଟଙ୍କା ବିଦ୍ୟୁତ୍ ବିଭାଗ ଆକାଉଣ୍ଟକୁ ଆସିନି। ଯଦି ସେମିତି କିଛି ହୋଇଛି, ଏହା ବ୍ୟାଙ୍କ ସମସ୍ୟା ଏବଂ ୨୪ଘଣ୍ଟା ମଧ୍ୟରେ ଉକ୍ତ ଟଙ୍କା ରିଫଣ୍ଡ୍‌ ହୋଇଯିବ। ତେଣୁ ପୁଣି ଥରେ ସେମିତି ଓଟିପି ନେଇ ୫୦ ହଜାର ଟଙ୍କା ଉଡ଼ାଇନେଲା ଓ ସମାନ କଥା କହି ଭୁଲାଇଲା।

ଏମିତି ୩ ଥରରେ ଠକ ତାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ନେଇଗଲା। ୭ ଦିନ ଭିତରେ କଟି ଯାଇଥିବା ଟଙ୍କା ରିଫଣ୍ଡ ହେବ ବୋଲି ଚାହିଁ ଚାହିଁ ଶେଷରେ ଡାକ୍ତର ଜେନା ସାଇବର ଠକାମିର ଶିକାର ହେବା ବୁଝିଲେ ଓ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେହିପରି ଦିଲ୍ଲୀପ କୁମାର ବିଶ୍ବାଳ ନାମକ ଜଣେ ବ୍ୟବସାୟୀଙ୍କୁ ସାଇବର ଠକ ୬୦ ହଜାର ଟଙ୍କା ଚୂନ ଲଗାଇଛି। ଠକ କ୍ରେଡିଟ୍‌ କାର୍ଡର ଲିମିଟ୍‌ ୨ଲକ୍ଷକୁ ବଢ଼ାଇଦେବାକୁ କହି ଓଟିପି ନେଇଗଲା ଓ ଶ୍ରୀ ବିଶ୍ବାଳଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା ଉଡ଼ାଇନେଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।