ଅପରାଧ ରାଜ୍ୟ

ସହିପାରିଲେନି ଜାତିଆଣ ଆକ୍ଷେପ, ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚିତ୍ରକୋଣ୍ଡା: ଜାତିକୁ ନେଇ ଛାତ୍ରୀଙ୍କ ବାପାଙ୍କୁ ଗାଳିଗୁଲଜ କଲେ ପରିଚାରିକା। ଏହାକୁ ସହି ନପାରି ଫିନାଇଲ ପିଇଦେଲେ ଜଣେ ଛାତ୍ରୀ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାସ୍ଥିତ ଏସ୍‌ଏସ୍‌ଡି ବାଳିକା ଆବାସିକ ବିଦ୍ୟାଳୟରେ। ଗୁରୁତର ଛାତ୍ରୀ ଜଣକ ନବମ ‌ଶ୍ରେଣୀରେ ପଢ଼ୁଛନ୍ତି ବୋଲି ସୂଚନା ମିଳିଛି।

ପୁଲିସ ସୂଚନା ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ହଷ୍ଟେଲରେ ରହି ସଂପୃକ୍ତା ଛାତ୍ରୀ ପାଠ ପଢ଼ୁଥିଲେ। ପେଟ ବ୍ୟଥା ଯୋଗୁ ବାପାଙ୍କ ସହ ନିଜ ଘରକୁ ଯିବା ପାଇଁ ପରିଚାରିକାଙ୍କୁ ଅନୁମତି ମାଗିଥିଲେ। କିନ୍ତୁ, ପରିଚାରିକା ଅନୁମତି ଦେବା ବଦଳରେ ଛାତ୍ରୀଙ୍କ ବାପାଙ୍କୁ ଅସମ୍ମାନ କରିଥିଲେ। ଜାତିକୁ ନେଇ ଗାଳିଗୁଲଜ କରିବାକୁ ପଛାଇ ନଥିଲେ। ଡାଳପତ୍ର ଖାଇ ଜଙ୍ଗଲରେ ରୁହ ବୋଲି ଆକ୍ଷେପ କରି କହିଥିଲେ। ବାପାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ସହ୍ୟ କରି ନପାରି ଗତ ସୋମବାର ଛାତ୍ରୀ ଜଣକ ଫିନାଇଲ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାତିରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଛାତ୍ରୀଙ୍କ ବାପା କହିଛନ୍ତି, ଝିଅ ସମ୍ମୁଖରେ ବାପାଙ୍କ ପ୍ରତି ଦୁର୍ବ୍ୟବହାର ଅସହ୍ୟ ହୋଇଥିଲା। ଯାହାକୁ ନେଇ ଝିଅ ଏଭଳି ପଦକ୍ଷେପ ନେଇଥିବା ମଧ୍ୟ ପୁଲିସକୁ କହିଛନ୍ତି। ଛାତ୍ରୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଜ୍ୟୋତି ପ୍ରକାଶଙ୍କ କହିବା ହେଲା, ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିପରି, ଖବର ପାଇ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଡାକ୍ତରଖାନାରେ ପହଞ୍ଚି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।