ରାଜ୍ୟ

ସହିଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଦ୍ବାରା କମ୍ବଳ ବଣ୍ଟନ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବଡଝରଣ ଗ୍ରାମପଞ୍ଚାୟତ ଜୁଡ଼ିଆ ଗ୍ରାମର ଖଡ଼ିଆସାହିରେ ସହିଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ରାଇରଙ୍ଗପୁର ଆନୁକୁଲ୍ୟରେ ଖଡ଼ିଆସାହିବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଅଛି।

ଟ୍ରଷ୍ଟ ପ୍ରମୁଖ ମନୋରଞ୍ଜନ ହାଁସଦାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୋଚିରାମ ମାଝୀ, ବିଜୟ ରାମ, ଜାମସେଦପୁରର ଅଭୟ ଚୌବେ, ଅମିତ ରାଜ ସିଂହ, ପ୍ରତାପ ଚନ୍ଦ୍ର ହେମ୍ଭ୍ରମ, ମେଜର ମହେନ୍ଦ୍ର ମହାନ୍ତ, ପ୍ରଦୀପ ମହାନ୍ତ, ଗୌରାଙ୍ଗ ଗିରି, ନୁଆଚାନ୍ଦ ମହାନ୍ତ, ଭାଗବତ ହେମ୍ଭ୍ରମ, ଲଧିଆ ଦେହୁରୀ, ରଣୁ ଦେହୁରୀ, ରଇବାରି ମାଝି, ଚୈତନ୍ୟ ଦେହୁରୀ, କୁଆଁର ଦେହୁରୀ, ଦୁର୍ଗା ମାଝି, ବାଜିନାଥ ମାଝି ଓ ଗ୍ରାମବାସୀଙ୍କୁ ସମସ୍ତ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା କମ୍ବଳ ଏବଂ କୁନି କୁନି ଛୁଆମାନଙ୍କୁ ବିସ୍କୁଟ, ଚକଲେଟ, କୁରକୁରେ ଇତ୍ୟାଦି ବଣ୍ଟନ କରାଯାଇଥିଲା। ବିଜୟ ରାମଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଅତିଥିମାନେ ତାଙ୍କର ଭାବ ପ୍ରକାଶ କରିଥିଲେ। ମନୋରଞ୍ଜନ ହାଁସଦା ସହିଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ ଛୋଟ ଛୋଟପିଲାଙ୍କ ଭବିଷ୍ୟତ ଗଠନ ନିମନ୍ତେ ଶିକ୍ଷା ପାଇଁ ସହଯୋଗର ଆଶ୍ବାସନ ଦେଇଥିଲେ। ମେଜର ମହେନ୍ଦ୍ର ମହାନ୍ତ ଗ୍ରାମବାସୀଙ୍କୁ ଗଲୱାନ ଘାଟିର ବୀର ସହିଦ ନୁଦୁରାମ ସୋରେନଙ୍କ କାହାଣୀ କହିଥିଲେ। ଶେଷରେ ମୋଚିରାମ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।