ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସହର ଭିତରେ ହରିଣ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୁଲିସ

ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ହରିଣ ଉଦ୍ଧାର ହୋଇଛି। ରାଜଧାନୀର ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିସନରେଟର ପିସିଆର ଟିମ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଜଣା ଗାଡ଼ି ଧକ୍କାରେ ହରିଣର ଗୋଡ଼ ଭାଙ୍ଗି ଯାଇଥିବା ବେଳେ, ହରିଣର ଶିଙ୍ଗରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର ଚିକିତ୍ସା କରାଇଛନ୍ତି। ହରିଣର ଗୋଡ଼ଟି ଭାଙ୍ଗି ଯାଇଥିବାରୁ ତାକୁ ଠିକ ହେବା ପାଇଁ ୨୧ ଦିନ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି।ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସହର ଭିତରକୁ ହରିଣଟି କେମିତି ଆସିଲା ତାହା ଏବେ ବି ଅସ୍ପଷ୍ଟ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି