ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସହରରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଏକାଥରେ ଜଳୁଛି ଶହ ଶହ ଜୁଇ, ଭାଇରାଲ୍ ହେଉଛି ଭିଡିଓ

ଲକ୍ଷ୍ନୌ ୧୫/୦୪ : କରୋନା ସଂକ୍ରମଣ ମାମଲାର ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସବୁ ରେକର୍ଡ ଭାଙ୍ଗିଛି। ବୁଧବାର ଦିନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ରିପୋର୍ଟ ଅନୁସାରେ ଲକ୍ଷ୍ନୌରେ ୨୪ ଘଣ୍ଟାରେ ୫୪୩୩ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡ଼ିଆରେ ଲକ୍ଷ୍ନୌର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଭୈନ୍ସାକୁଣ୍ଡ ସ୍ଥିତ ସ୍ମଶାନର ବୋଲି କୁହାଯାଉଛି। ଭିଡିଓରେ ଏକାଥରେ ଅନେକ ଜୁଇ ଜଳୁଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି ଲୋକେ ନାନା ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକେ ସରକାରଙ୍କ ଦ୍ୱାରା ଜାରି ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ମଧ୍ୟ କରୁଛନ୍ତି।

ଲକ୍ଷ୍ନୌରେ କରୋନା ତାଣ୍ଡବ ରଚି ଚାଲିଛି। ସଂକ୍ରମଣ ରୋକିବାକୁ ସରକାର ଓ ପ୍ରଶାସନ ସହ ଜନତା ମଧ୍ୟ ସଚେତନ। ଲକ୍ଷ୍ନୌ ହଜରତଗଞ୍ଜ ବଣିକ ସଂଘ ବଡ ନିଷ୍ପତ୍ତି ନେଇଛି। ହଜରତଗଞ୍ଜ ବଜାର ଏପ୍ରିଲ ୧୫ ରୁ ୧୮ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଅନ୍ୟ ବଜାର ସଂଗଠନ ମଧ୍ୟ ଏହିଭଳି ଫଇସଲା ନେଉଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦ ହଜାର ୫୧୦ ନୂଆ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୧୧ ହଜାର ୮୩୫ ଆକ୍ଟିଭ ମାମଲା ରହିଛି। ଗୋଟିଏ ଦିନରେ ୪୫୧୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେସ ଯାଦବଙ୍କ ସମେତ ଅନେକ ନେତା କରୋନାରେ ସଂକ୍ରମିତ ହୋଇଛନ୍ତି। ଇଲ୍ହାବାଦ ହାଇକୋର୍ଟ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କୁ ଦୁଇ-ତିନି ସପ୍ତାହ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ କରିବା ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ ରାସ୍ତାରେ ଜଣେ ବି ବ୍ୟକ୍ତି ବିନା ମାସ୍କରେ ନଜର ଆସିବା କଥା ନୁହେଁ। ନଚେତ କୋର୍ଟ ପୋଲିସ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୋର୍ଟ ଆଦେଶ ଦେଇଛନ୍ତି ଯେ ସାମାଜିକ ଓ ଧାର୍ମିକ ଆୟୋଜନରେ ୫୦ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେନି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ