ରାଜ୍ୟ ସ୍ପେଶାଲ ରିପୋର୍ଟ

ସହରରେ ମଶାଙ୍କ ରାଜୁତି, ବେଫିକର ବିଏମ୍‌ସି

ବ୍ରହ୍ମପୁର : ମଶା ଯନ୍ତ୍ରଣାରେ ସହରବାସୀ ଛଟପଟ। ସଂଧ୍ୟା ହେବା ମାତ୍ରକେ ବାହାରେ ରହି ହେଉନାହିଁ କି ଘରେ ବସି ହେଉନାହିଁ। ସହରରେ ମଶା ଏଭଳି ଭାବେ ବଢ଼ିଛି ଯେ ଘରେ ଘରେ ମଶା ନିୟନ୍ତ୍ରଣ ପାଇଁ କିଏ ମଶା ନିବାରଣ ଧୂଆଁ ବ୍ୟବହାର କରୁଛି ତ ପୁଣି କିଏ ମସ୍‌କ୍ୟୁଟୋ ଅଏଲ୍‌। କିଏ ପୁଣି ହାତରେ ମଶା ମାରିବା ପାଇଁ ବ୍ୟାଟ୍‌ ଧରି ବୁଲାଉଥିବା ଦେଖିବାକୁ ମିଳିଛି। ମଶାଙ୍କ ଦାଉରୁ ମୁକୁଲିବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଏଥିନେଇ ସାମାନ୍ୟତମ ନିଘା ନାହିଁ। ସ୍ବଚ୍ଛ ଭାରତ ଅଭିଯାନରେ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ହିଁ ମଶା ଉତ୍ପତିର ପ୍ରମୁଖ କାରଣ ପାଲଟିଛି।

ମଶା ନିବାରଣ ପାଇଁ ବିଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମେସିନ୍‌ କ୍ରୟ କରାଯାଇଛି କିନ୍ତୁ ଏହାକୁ ବ୍ୟବହାର କରାଯାଉନାହିଁ। ତତ୍କାଳୀନ ପୌର ପରିଷଦ ସମୟରେ ସହରରେ ମଶା ନିବାରଣ ପାଇଁ ଟିଫା ମେସିନ୍‌ କ୍ରୟ କରାଯାଇ ବ୍ୟବହାର କରାଯାଇଥିଲା। ପ୍ରତିମାସରେ ଟିଫା ମେସିନ୍‌ ବିଭିନ୍ନ ୱାର୍ଡ଼ ବୁଲି ମଶା ମରିବା ପାଇଁ ଧୂଆଁ ଛାଡୁଥିଲେ। ପରବର୍ତ୍ତୀ ସମୟରେ ଅଧିକା ଖର୍ଚ୍ଚ ହେଉଥିବା ଆଳ ଦେଖାଇ ଏହାର ବ୍ୟବହାରକୁ କମାଇ ଦେଇଥିଲେ। ଏଭଳି ପରିସ୍ଥିତି ହେଲା ଯେ ଟିଫା ମେସିନ୍‌କୁ ଆଦୌ ବ୍ୟବହାର କରାଗଲା ନାହିଁ। ତେବେ ନିଗମ ବୈଠକ ବେଳେ ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ଟିଫା ମେସିନ୍‌କୁ ପୁଣି କାର୍ଯ୍ୟକାରୀ କରାଯାଇଥିଲା। ପୌରପରିଷଦର ନିଗମରେ ପରିବର୍ତ୍ତନ ହେବା ପରେ ବି ଏହି ଗୋଟିଏ ହିଁ ଟିଫା ମେସିନ୍‌ ସହରବାସୀଙ୍କ ପାଇଁ ସାହା ଭରସା ହୋଇ ରହିଛି। ବ୍ରହ୍ମପୁର ସହରର ଜନସଂଖ୍ୟା ବୃଦ୍ଧି ପାଇବା ସହ ପରିସୀମା ବୃଦ୍ଧି ପାଇଥିବା ବେଳେ ନିଗମ ପକ୍ଷରୁ ମଶା ନିବାରଣ ପାଇଁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନାହିଁ।

କେବଳ ଧର୍ମକୁ ଆଖି ଠାର ଭଳି ବର୍ଷକୁ କିଛି ଦିନ ସହରରେ ମଶାଧୂଆଁ ଛାଡ଼ି ନିଗମ କାର୍ଯ୍ୟ ସମାପନ କରିଦେଉଛି। ଏ ବାବଦରେ ବର୍ଷକୁ କୁଆଡ଼େ ୪ରୁ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବଡ଼ ଟିଫା ମେସିନ୍‌ଟି ସହରର ସମସ୍ତ ଗଳିକନ୍ଦିକୁ ଯାଇପାରୁନଥିବା ଯୋଗୁଁ ୨୦୧୭ରେ ନିଗମ ପକ୍ଷରୁ ସହରର ୪୦ଟି ଵାର୍ଡ ପାଇଁ ୪୦ଟି ହ୍ୟାଣ୍ତ ହିଟ୍‌ ପଗିଂ ମେସିନ୍‌ କ୍ରୟ କରି ମଶାବ˚ଶ ଲୋପ କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲ‌ା। ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟରେ କ୍ରୟ ହୋଇଥିବା ଉକ୍ତ ମେସିନ୍‌ ଏବେ ଗୋଦାମରେ ପଡ଼ିରହିଛି। ଉକ୍ତ ମେସିନ୍‌କୁ ଚଳାଇବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ନଥିବାରୁ କମ୍‌ ଦିନରେ ଏହା ଅଚଳ ହୋଇ ଯାଉଥିବା କୁହାଯାଉଛି। ଏହି ମେସିନ୍‌ ଗୁଡ଼ିକ ଖରାପ ହୋଇଯିବା ପରେ ନିଗମ ପକ୍ଷରୁ ପୁଣି ୫ଟି ମିନି ଫଗି˚ ମେସିନ୍‌ କ୍ରୟ କରାଯାଇଥିଲା। କ୍ରୟର କିଛି ଦିନ ଏହାକୁ ବ୍ୟବହାର କରାଯାଇଥିବା ବେଳେ ମଶାଧୂଆଁ ପାଇଁ ବ୍ୟବହୃତ ମିଥାଇଲ୍‌କୁ ଜନସ୍ବାସ୍ଥ୍ୟ ବିଭାଗ ପ୍ରଦାନ କରୁଥିଲା। ଏବେ ମିଥାଇଲ୍ ସଂରକ୍ଷିତ ନଥିବା ଯୋଗୁଁ ନିଗମ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା କୁହାଯାଉଛି।

ସହରରେ ମିଶା ନିବାରଣ ନେଇ ବିଏମ୍‌ସି ପକ୍ଷରୁ କୌଣସି ଯୋଜନା ନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ସହ ବି କୌଣସି ସମନ୍ବୟ ରହୁନାହିଁ। ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରୁଥିବା ବେଳେ ସାଧାରଣ ଜନତା ମଶା ଦାଉରୁ ମୁକୁଲି ପାରୁ ନାହାନ୍ତି। ସାଧାରଣତଃ ଶୀତ ଦିନରେ ମଶା ସଂଖ୍ୟା ବଢ଼ିଥାଏ। ତେବେ ଏହି ସମୟରେ ମଶା ନିବାରଣ ପାଇଁ ବିଏମ୍‌ସି ପକ୍ଷରୁ କୌଣସି ଆଖିଦୃଷିଆ ପଦକ୍ଷେପ ନିଆଯାଉନାହିଁ। ତେବେ ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସାଂଗକୁ ବର୍ଷ ବର୍ଷ ଧରି ନାଳନର୍ଦ୍ଦମା ଗୁଡ଼ିକର ସଫେଇ କରାନଯିବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।