ଖେଳ ଦେଶ ବିଦେଶ

ସହଯୋଗ ପାଇଁ ଆଗେଇ ଆସିଲେ ଯୁବରାଜ : ଅନେକ ରାଜ୍ୟର ହସ୍ପିଟାଲରେ ୧୦୦୦ ବେଡ ସ୍ଥାପନ କରିବ YOUWECAN

ନୂଆଦିଲ୍ଲୀ ୨/୦୬ : ଗତ ଦୁଇମାସ ଧରି ଭାରତରେ କରୋନାର ତୃତୀୟ ଲହର ସହ ଲଢେଇ କରୁଛି ପୂରା ଦେଶ । ଏଭଳି କଷ୍ଟ ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଯୁବରାଜ ସିଂଙ୍କ ସଂସ୍ଥା YOUWECAN ଭାରତରେ କୋଭିଡ -19 ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଭିନ୍ନ ଡାକ୍ତରଖାନାରେ ୧୦୦୦ ଶଯ୍ୟା ସ୍ଥାପନ କରିବାକୁ ଘୋଷଣା କରିଛି ।

ୱାନ ଡିଜିଟାଲ ଏନଣ୍ଟରଟେନମେଣ୍ଟ ସହ ସହଭାଗିତାରେ ଏହି ପଦକ୍ଷେପ ଆରମ୍ଭ କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ଅମ୍ଳଜାନ ସୁବିଧା, ଭେଣ୍ଟିଲେଟର ଏବଂ ଓ୍ୱାଇପିଏପି ମେସିନ୍ ଏବଂ କୋଭିଡ -19 ରୋଗୀଙ୍କ ଭଲ ଯତ୍ନ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଚିକିତ୍ସା ଉପକରଣ ସହିତ ସଜ୍ଜିତ ଶଯ୍ୟା ଯୋଗାଇ ଦିଆଯିବ । ଏହା ବ୍ୟତୀତ ଏହି ଅନୁଷ୍ଠାନ ସରକାରୀ ଡାକ୍ତରଖାନାଗୁଡ଼ିକର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିବ ।

ଯୁବରାଜ କହିଛନ୍ତି ଯେ କୋଭିଡ -19 ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି । ସେ ଏକ ବିବୃତ୍ତିରେ କହିଛନ୍ତି, “ଆମେ ସମସ୍ତେ ଆମର ପ୍ରିୟଜନଙ୍କୁ ହରାଇଛୁ । ଅମ୍ଳଜାନ, ଆଇସିୟୁ ବେଡ୍ ଏବଂ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ସୁବିଧା ପାଇଁ ସଂଘର୍ଷ କରୁଥିବା ଅସଂଖ୍ୟ ଲୋକଙ୍କୁ ଦେଖିଛୁ । ଏହା ମଧ୍ୟ ମୋତେ ଗଭୀର ଭାବରେ ପ୍ରଭାବିତ କରିଥିଲା ​ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ