ଦେଶ ବିଦେଶ ମନୋରଞ୍ଜନ

ସଲମା ଆଘାଙ୍କ ଝିଅ ଜାରାଙ୍କୁ ସୋସିଆଲ୍ ମିଡିଆରେ ଦୁଷ୍କର୍ମ ଧମକ : ଅଭିଯୁକ୍ତ ଗିରଫ

ମୁମ୍ବାଇ ୭/୧୨: ଦିଗ୍ଗଜ ଅଭିନେତ୍ରୀ ଏବଂ ସିଙ୍ଗର ସଲମା ଆଘାଙ୍କ ଝିଅ ଜାରା ଖାନ୍‌ଙ୍କୁ ସୋସିଆଲ୍ ମିଡିଆରେ ଅଶ୍ଳୀଳ ମ୍ୟାସେଜ୍ ଏବଂ ଦୁଷ୍କର୍ମ ଧମକ ମିଳିଛି। ଜାରା ଖାନ୍ ମୁମ୍ବାଇର ଓଶିଓ୍ବାରା ପୋଲିସ୍ ଷ୍ଟେସନରେ ଦୁଷ୍କର୍ମ ଧମକ ମିଳିବାର ଅଭିଯୋଗ କରିଛନ୍ତି। ଜାରା ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ଇନଷ୍ଟାଗ୍ରାମରେ ଲଗାତାର ଧମକ ମିଳୁଛି। ତାଙ୍କ ପାଖକୁ ଅଶ୍ଳୀଳ ମ୍ୟାସେଜ ଆସୁଛି। କେବଳ ଏତିକି ନୁହେଁ ତାଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ଦିଆଯାଇଛି। ଏହା ପରେ ଜାରା ମୁମ୍ବାଇରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଜାରା ଖାନ୍ ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ଅକ୍ଟୋବର ୨୮ତାରିଖରୁ ନଭେମ୍ବର ୩ତାରିଖ ମଧ୍ୟରେ ଅଜଣା ବ୍ୟକ୍ତି ଇନଷ୍ଟାଗ୍ରାମରେ ଦୁଷ୍କର୍ମ ଧମକ ଦେଇଛି। ଜାରା ନଭେମ୍ବର ୬ତାରିଖରେ ଜଣେ ମହିଳାଙ୍କ ବିରୋଧରେ ଧମକ ଦେବାର ମାମଲା ରୁଜୁ କରିଥିଲେ। ଏହି ମହିଳା ହାଇଦ୍ରାବାଦର ଜଣେ ୨୩ବର୍ଷୀୟ ଏମବିଏ ଛାତ୍ରୀ। କୁହାଯାଉଛି ଯେ ଛାତ୍ରୀ ଜାରାଙ୍କୁ ଧମକ ଦେବା ପାଇଁ ଇନଷ୍ଟାଗ୍ରାମରେ ଏକ ଫେକ୍ ପ୍ରୋଫାଇଲ୍ କରିଥିଲେ,ଯେଉଁଥି​‌ରେ ସେ ଜାରାଙ୍କୁ ମ୍ୟାସେଜ୍ କରୁଥିଲେ।


ଜାରାଙ୍କ ଅଭିଯୋଗ ପରେ ଆକ୍ସନ ମୋଡ଼ରେ ଆସିଥିବା ପୋଲିସ୍ ଅଭିଯୁକ୍ତଙ୍କ ପତ୍ତା ଲଗାଇ ସାରିଛି। ଜାରା ଖାନ୍ ‘ଆଉରଙ୍ଗଜେବ’ ଏବଂ ‘ଦେଶୀ କଟ୍ଟେ’ ଭଳି ଫିଲ୍ମରେ କାମ କରି ସାରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ