ମୁମ୍ବାଇ ୨।୫: ଅଭିନେତା ସଲମାନ ଖାନ୍ ୫୬ ବର୍ଷ ବୟସରେ ବି ଅବିବାହିତ । ତାଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି । ପୁଣି ଥରେ ସଲମାନ୍ଙ୍କ ନାଁ ଆଉ ଜଣେ ଅଭିନେତ୍ରୀଙ୍କ ସହ ଯୋଡାଯାଉଛି । ତାହା ପୁଣି ଏକ ଭାଇରାଲ୍ ଭିଡିଓ ପାଇଁ । ଯେଉଁଥିରେ ତାଙ୍କୁ ଜଣେ ଅଭିନେତ୍ରୀଙ୍କ ସହ ଏକାଠି ଦେଖିବାକୁ ମିଳିଛି ।
ଅଭିନେତା ସଲମାନ୍ଙ୍କର ପିଲାଙ୍କ ପ୍ରତି ବେଶ୍ ଆଗ୍ରହ ରହିଛି । କୌଣସି ବି ସ୍ଥାନରେ ଯଦି ସଲମାନ୍ଙ୍କ ଆଖପାଖରେ ପିଲାମାନେ ଅଛନ୍ତି ତେବେ ଅନ୍ୟ କୌଣସି ଆଡେ ତାଙ୍କ ଧ୍ୟାନ ଯିବନାହିଁ । ଏମିତି ଘଟଣା ନିକଟରେ ଏକ ଇଭେଣ୍ଟରେ ଦେଖିବାକୁ ମିଳିଛି । ନିକଟରେ ସଲମାନ୍ ଖାନ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସ୍ଙ୍କ ସହ ଏକ ଇଭେଣ୍ଟରେ ଯୋଗଦେଇଥିଲେ । ଏହି ଇଭେଣ୍ଟରେ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ । ଜଣ ଜଣ କରି ସମସ୍ତ ପିଲାଙ୍କୁ ଭେଟିଥିଲେ ସଲମାନ୍ । ଏହି ଇଭେଣ୍ଟର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ପୁଣି ଥରେ ସଲାମାନ୍ଙ୍କ ବିବାହକୁ ନେଇ ଚର୍ଚ୍ଚା କରିବାକୁ ଲାଗିଲେଣି ।
ସଲମାନ୍ ଖାନ୍ ତାଙ୍କ ନୂଆ ଫିଲ୍ମ ‘ଟାଇଗର୍ ୩’ର ଶୁଟିଂରେ ବ୍ୟସ୍ତ ଥିଲେ । ଏହି ଫିଲ୍ମ ଜରିଆରେ ସେ ପୁଣି ଥରେ କ୍ୟାଟ୍ରିନା କୈଫ୍ଙ୍କ ସହ ସ୍କ୍ରିନ୍ ସେୟାର କରିଥିବା ନଜର ଆସିବେ । ଏହା ବ୍ୟତୀତ ସଲମାନ୍ଙ୍କ ମୋଷ୍ଟ୍ ଓ୍ବାଣ୍ଟେଡ୍ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।

