ନୂଆଦିଲ୍ଲୀ ୦୮/୧୧: ବଲିଉଡର ଦବଙ୍ଗ ଖାନ ତାଙ୍କ ଆଟିଟ୍ୟୁଡ୍ ପାଇଁ ଜଣାଶୁଣା। ତାଙ୍କ କ୍ରୋଧ କେତେ ଭୟଙ୍କର ତାହା କହିବାର କୌଣସି ଆବଶ୍ୟକତା ନାହିଁ । କାରଣ ଅତୀତରେ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ସଲମାନ ନିଜର ନିୟନ୍ତ୍ରଣ ହରାଇ ଏପରି କିଛି କରିଛନ୍ତି ଯାହା ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ପୁଣି ଥରେ ସଲମାନଙ୍କ କ୍ରୋଧ ଦେଖିବାକୁ ମିଳିଛି, ଯେତେବେଳେ ଜଣେ ପ୍ରଶଂସକ ତାଙ୍କ ସହ ଜବରଦସ୍ତ ସେଲଫି ନେବାକୁ ଚାହିଁଛନ୍ତି।
ପ୍ରଶଂସକମାନେ ସଲମାନ ଖାନଙ୍କ ଗୋଟିଏ ଝଲକ ପାଇବା ପାଇଁ ବ୍ୟାକୁଳ ହୋଇଯାଆନ୍ତି। ସେ ଯୁଆଡେ ବି ଯାଆନ୍ତି ଲୋକଙ୍କ ଭିଡ ଜମିଯାଏ ଏବଂ ତାଙ୍କ ସହିତ ଫଟୋ ଉଠାଇବାକୁ ସେମାନେ ଚେଷ୍ଟା କରନ୍ତି। ନିକଟରେ ଜଣେ ପ୍ରଶଂସକ ଏପରି କାର୍ଯ୍ୟ କରିଥିବା ଦେଖାଯାଇଛି ଏବଂ ରାଗିଯାଇ ସଲମାନ ଖାନ ତାଙ୍କୁ ଆଗକୁ ଯିବାକୁ କହିଛନ୍ତି କିନ୍ତୁ ସେ ରାଜି ହୋଇନାହାଁନ୍ତି। ସଲମାନ ଖାନଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ସେଲଫି ନେବାକୁ ଆସିଥିବା ଜଣେ ପ୍ରଶଂସକଙ୍କ ଉପରେ ରାଗିଯାଇ କହୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି, ଯେଉଁଥିରେ ଲୋକଙ୍କ ଭିନ୍ନ ପ୍ରତିକ୍ରିୟା ଦେଖାଯାଉଛି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ସଲମାନ ଖାନ ତାଙ୍କ କାର ନିକଟରେ ଠିଆ ହୋଇଛନ୍ତି ଏବଂ ତାଙ୍କ ଚାରିପାଖରେ ଲୋକ ଘେରି ରହିଛନ୍ତି। ଯେତେବେଳେ ଜଣେ ପ୍ରଶଂସକ ସଲମାନ ଖାନଙ୍କ ନିକଟକୁ ଆସି ତାଙ୍କ ସହ ସେଲଫି ନେବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ସେ ତାଙ୍କ ହାତରେ ନିର୍ଦ୍ଦେଶ କରି ତାଙ୍କୁ ଦୂରେଇ ଯିବାକୁ କହିଛନ୍ତି।

