ମୁମ୍ବାଇ: ବଲିଉଡରେ ନିଜର କ୍ୟାରିୟର ଗଢ଼ିବାକୁ ଆସିଥିବା ପାକିସ୍ତାନୀ ଅଭିନେତ୍ରୀଙ୍କ ମଧ୍ୟରୁ ସୋମି ଅଲ୍ଲୀ ଅନ୍ୟତମ। ସେ ନାଁ କମେଇବାକୁ ନୁହେଁ ବରଂ ସଲମାନ ଖାନ୍ଙ୍କୁ ବାହା ହେବା ପାଇଁ ବଲିଉଡ୍ ଅଭିନୟ ଜଗତରେ ପାଦ ଥାପିଥିଲେ ବୋଲି ଜଣାପଡ଼ିଛି।
ସୋମି ଅଲ୍ଲୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ପାଇଁ ସଲମାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୈନେ ପ୍ୟାର୍ କିୟା’ ଦେଖିଥିଲେ। ସେବେଠାରୁ ସେ ସଲମାନଙ୍କୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ସୋମି କହିଛନ୍ତି। ଏପରିକି ସେ ତା’ ପରଦିନ ଭାରତକୁ ଆସି ସଲମାନଙ୍କୁ ଭେଟିବାକୁ ଚାହୁଥିବା କଥା ମଧ୍ୟ କହିଥିଲେ। ମାତ୍ର ତାଙ୍କ ମା’ ଆକଟ କରି ସଲମାନଙ୍କୁ ବିବାହ କରିବାର ନିଶା ଛାଡ଼ିବା ପାଇଁ ଘରେ କିଛି ଦିନ ବନ୍ଦ କରି ରଖିଥିବା କଥା ମଧ୍ୟ ସ୍ବୀକାର କରିଛନ୍ତି ସୋମି। ତେବେ ପରବର୍ତ୍ତୀ ସମୟରେ ସଲମାନ-ସୋମିଙ୍କ ଡେଟ୍ ଚାଲିଥିବା କଥା ସାମ୍ନାକୁ ଆସିଥିଲା। ହେଲେ ଏହା ଦୀର୍ଘସ୍ଥାୟୀ ନଥିଲା।

