ରାଜ୍ୟ ସ୍ପେଶାଲ ରିପୋର୍ଟ

ସର୍ବଭାରତୀୟ ମାରୱାଡୀ ଯୁବ ମଂଚର ସ୍ବାସ୍ଥ୍ୟ ଶିବିର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜୟପୁର: ଆଜି ସ୍ଥାନୀୟ ଅଗ୍ରସେନ ଭବନ ପରିସରରେ ସର୍ବଭାରତୀୟ ମାରୱାଡୀ ଯୁବ ମଂଚ ପକ୍ଷରୁ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶାଖାପାଟଣା ଅନୁ ଗୃଫ ଅଫ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଞ ଡ.ଶ୍ରୀନିବାସ ଗୋଲାଙ୍ଗୀ, କାର୍ଡିଓଲୋଜୀ ବିଶେଷଞ ଡ.ପାଉଲ କିରଣ, ମହାତ୍ମାଗାନ୍ଦୀ କ୍ୟାନସର ହସ୍ପିଟାଲର ସର୍ଜିକାଲ ଓନକ‌ୋଲୋଜୀ ବିଶେଷଞ ଡ.ଶିବଶଙ୍କର ବେଉରିଆ, ଭେଷଜ ବିଶେଷଞ ଡ.ପ୍ୟାଲା ସାଇ ଶେଖର, ଦନ୍ତ ବିଶେଷଞ ଡ.ଦେବରଚନ, ଇମ୍ୟୁନି କନସଲଟାଣ୍ଟର ସୁରେଶ ୟଗାଡ଼ି, ବରଲକ୍ଷ୍ମୀ ପ୍ରମୁଖ ଭାଗ ନେଇ ୧୪୫ଜଣ ବିଭିନ୍ନ ରୋଗୀଙ୍କର ପରୀକ୍ଷା କରିବା ସହ ଚିକିତ୍ସା ପରାମର୍ଶ ଦେଇଥିଲେ।

ଏହି ଶିବିରରେ ଅତିଥି ଭାବେ ଯୋଗ ଦେବାକୁ ଆସିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ କେସିସି ବ୍ୟାଙ୍କ ସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ନିଜ ନିଜ ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ଡାକ୍ତରଙ୍କୁ ଅବଗତ କରି ପରୀକ୍ଷା କରାଇଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅଂଜଳି ମିଶ୍ର, ବିଜେଡି ନେତା ହିମାଂଶୁ ମହାପାତ୍ର, ସୁବାସ ରାଉତ, ପୂର୍ବତନ ପୌର ଉପାଧ୍ୟକ୍ଷ ମୁନ୍ନା ରଥ , ବରିଷ୍ଠ ଆଇନଜୀବୀ ବିରେଶ ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ। ଶିବିରକୁ ସଂଯୋଜକ ରୋଶନ ଗୋୟଲ, ବିକ୍ରମ ଜୈନ, ସଭାପତି ବରୁଣ ଜୈନ, ସଂପାଦକ ସଂଜୟ ଅଗ୍ରୱାଲ, ଉପସଭାପତି କାହ୍ନା ଅଗ୍ରୱାଲଙ୍କ ସହ ମଂଚର ସଦସ୍ୟ ମାନେ ପରିଚାଳନା କରିଥିଲେ।

ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ, ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।