କଳାହାଣ୍ଡି ୨୬/୦୫: ସରୁନି ଦାଦନ ଦୁଃଖ । ପୁଣି ଜଣେ କଅଁଳ ଜୀବନ ନେଲା ଦାଦନ । ବାହାରକୁ କାମ କରିବାକୁ ଯାଇଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ । ମୃତକ ହେଲେ ଦୁର୍ଯ୍ୟୋଧନ ବିଶି ଙ୍କ ପୁଅ ୧୪ ବର୍ଷର ସୋମନାଥ ବିଶି ।
ତାଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗତୋମୁଣ୍ଡା ପଞ୍ଚାୟତ ପିପଲଛାପର ଗାଁରେ । ସେ ଗତୋମୁଣ୍ଡା ସ୍କୁଲରେ ନବମଶ୍ରେଣୀରେ ପଢୁଥିଲେ । କାମ କରିବାକୁ ସେ ହାଇଦ୍ରାବାଦ ଯାଇଥିଲେ । ଏବେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ହେବା ଖବର ଶୁଣି ଘରେ ଶୋକର ପରିବେଶ ଖେଳିଯାଇଛି ।
ଗତ ୬ ମାସ ତଳେ ବାପା ସହ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ରେ କାମ ଅନ୍ବେଷଣରେ ଯାଇଥିଲେ ସୋମନାଥ । ସେଠାରେ କାମ କରିବା ସମୟରେ ଗତ ମଙ୍ଗଳବାର ଦିନ ସଂଧ୍ୟାରେ ବିଦ୍ୟୂତ ଆଘାତ ରେ ଆସି ଗୁରୁତର ହେବା ଫଳରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ମୃତ୍ୟୁ ଦେହ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚିଛି । ମୃତଦେହ ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଛି ।