ଦେଶ ବିଦେଶ ମନୋରଞ୍ଜନ

ସରିଲା ଜୟଲଳିତାଙ୍କ ବାୟୋପିକ୍‌ ‘ଥାଲାଇବୀ’ର ସୁଟିଂ ମନୋରଞ୍ଜନ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଆଗାମୀ ଚଳଚ୍ଚିତ୍ର ‘ଥାଲାଇବୀ’ର ସୁଟିଂ ଶେଷ କରିଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଲିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ସୁଟିଂ ସରିବା ନେଇ କଙ୍ଗନା ଘୋ‌ଷଣା କରିବା ସହ ଟ୍ବିଟର୍‌ରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋଗୁଡ଼ିକରେ କଙ୍ଗନା ପୂରାପୂରି ଜୟଲଲିତାଙ୍କ ଭଳି ଦେଖାଯାଉଛନ୍ତି। କଙ୍ଗନା ଟ୍ବିଟର୍‌ରେ ଲେଖିଛନ୍ତି, ମୁଁ ଆଜି ମୋର ସବୁଠାରୁ ମହତ୍ବାକାଂକ୍ଷୀ ପ୍ରକଳ୍ପ ‘ଥାଲାଇବୀ’ରେ କ୍ରାନ୍ତିକାରୀ ନେତାର ସୁଟିଂ ଶେଷ କରିଛି। ମୁଁ ତ’ ଏହି ଚରିତ୍ରକୁ ଭଲ ପାଇ ବସିଛି। କିନ୍ତୁ ଏକ ବିଦାୟ ନେବାର ସମୟ ଆସିଯାଇଛି ବୋଲି କଙ୍ଗନା ଉଲ୍ଲେଖ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ