ରାଜ୍ୟ

ସରପଞ୍ଚଙ୍କ ସ୍ବାମୀଙ୍କୁ ଦଳିଦେଲା ହାତୀ: ଆମ୍ବ ଗୋଟାଉଥିବା ବେଳେ ବୃଦ୍ଧଙ୍କୁ କଚାଡ଼ି ଦେଲା ଦନ୍ତା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଯୁଯୁମୁରା ବ୍ଲକର ଦୁଇଟି ପୃଥକ ସ୍ଥାନରେ ହାତୀ ୨ ଜଣଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି। ଢାବା ବାହାରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ଚାରମାଳ ବୁଢ଼ିଖମାର ଗାଁରେ ଆମ୍ବ ଗୋଟାଉଥିବା ବେଳେ ଜଣେ ବୃଦ୍ଧ ଦନ୍ତା ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁଯାୟୀ, ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ଗୋପାଳ ଢାବାର ମାଲିକ ତଥା ଯୁଯୁମୁରା ସରପଞ୍ଚଙ୍କ ସ୍ଵାମୀ। ମୃତକ ଜଣକ ହେଲେ ଗୋପାଳ ପ୍ରଧାନ। ସେ ରାତିରେ ଢାବା ସମ୍ମୁଖରେ ଶୋଇଥିଲେ। ତେବେ ରାତିରେ ହାତୀ ଆସି ଦଳି ଦେଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ବର୍ତ୍ତମାନ ଯୁଯୁମୁରା ପଞ୍ଚାୟତର ସରପଞ୍ଚ ଅଛନ୍ତି।

ଏଣେ ହାତୀ ଆକ୍ରମଣରେ ଭଳିଆକଟା ପଞ୍ଚାୟତ ବୁଢ଼ିଖମାର ଗାଁର ଜଣେ ବୃଦ୍ଧଙ୍କ ମୃତୁ ଘଟିଛି। ମୃତକ ହେଲେ ଚାରମାଳ ଥାନା ଭଳିଆକଟା ପାଞ୍ଚୟତ ବୁଢ଼ୀଖମାର ଗାଁର ରଙ୍କ ଭୂୟାଁ (୬୦। ରଙ୍କ ଆଜି ସକାଳୁ ନିଜ ଆମ୍ବ ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ହାତୀ ବୃଦ୍ଧଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।