ରାଜନୀତି ରାଜ୍ୟ

ସରକାରଙ୍କ ମୁଣ୍ଡରୁ ଖସୁନି ସିଭିଲ୍‌ ସର୍ଭିସ୍‌ କୋଚିଂ ନିଶା: ୨୦୨୩ରୁ ପୁଣି କୋଚିଂ, ସଂସ୍ଥା ଖୋଜୁଛନ୍ତି ସରକାର

ଭୁବନେଶ୍ବର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ୨୦୧୬ରେ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଥିଲେ। ଓଡ଼ିଶାରେ ପ୍ରଥମଥର ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନ ୮ଟି ସରକାରୀ ବିଶ୍ବବିଦ୍ୟାଳୟରେ ସିଭିଲ୍‌ ସର୍ଭିସ୍‌ କୋଚିଂ ସୁବିଧା ଉପଲବ୍ଧ ହୋଇଥିଲା। ଆଶା ଥିଲା, ଏଠାରୁ କୋଚିଂ ନେବା ପରେ ଓଡ଼ିଆ ପିଲାମାନେ ସିଭିଲ୍‌ ସର୍ଭିସ୍‌ରେ ଉନ୍ନତ ପ୍ରଦର୍ଶନ କରିବେ। କିନ୍ତୁ ଏପର୍ଯ୍ୟନ୍ତ ଜଣେ ବି ହେଲେ ପିଲା‌ ସଫଳତା ହାସଲ କରିପାରିଲେ ନାହିଁ। ଯେଉଁଥିପାଇଁ କୋଟିଏ ୮୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚରେ ବିଶ୍ବବିଦ୍ୟାଳୟରେ ଖୋଲିଥିବା ଏହି କୋଚିଂ ବ୍ୟବସ୍ଥା ୨୦୧୮ରେ ବନ୍ଦ ହୋଇଗଲା। ଏହାପରେ ଧେୟ ଏଜୁକେସନାଲ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ପିଲାଙ୍କୁ କୋଚିଂ ଦେବାକୁ ୬୦ ଲକ୍ଷ ଖର୍ଚ୍ଚ ହୋଇଥିଲେ ମଧ୍ୟ ବରବାଦ ହେଲା। ଏପରି ଭାବେ ୬ ବର୍ଷ ମଧ୍ୟରେ ୨କୋଟି ୪୦ ଲକ୍ଷ ଟଙ୍କା ପାଣିରେ ପଡ଼ିସାରିଲାଣି। ତା’ପରେ ବି ସିଭିଲ୍‌ ସର୍ଭିସ୍‌ କୋଚିଂ ନିଶା ରାଜ୍ୟ ସରକାରଙ୍କ ମୁଣ୍ଡରୁ ଓହ୍ଲାଉନାହିଁ।

ଏବେ ପୁଣିଥରେ ୨୦୨୩ରେ ଓଡ଼ିଆ ପିଲାଙ୍କ ଲାଗି ସିଭିଲ୍‌ ସର୍ଭିସ୍‌ କୋଚିଂ ସୁବିଧା ଉପଲବ୍ଧ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର୍‌ ଡକାଯାଇଛି। ଆଗ୍ରହୀ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ଆସନ୍ତା ୨୦ ତାରିଖଠାରୁ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ରେ ଟେଣ୍ଡର୍‌ ଆବେଦନ ଫର୍ମାଟ୍‌ ଉପଲବ୍ଧ ହେବ। ଜାନୁଆରି ୧୭ ଅପରାହ୍ଣ ୫ସୁଦ୍ଧା ସଂସ୍ଥାଗୁଡ଼ିକ ଉଚ୍ଚଶିକ୍ଷା ପ୍ରମୁଖ ସଚିବଙ୍କ ଠିକଣାରେ ଦାଖଲ କରିବେ। ସେଣ୍ଟର୍‌ର ପରିଚାଳନା ଦାୟିତ୍ବ ସମ୍ପୃକ୍ତ ସଂସ୍ଥା ନେବ। ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ‌ଯେ ଓଡ଼ିଶାର ଆଗ୍ରହୀ ପିଲାଙ୍କୁ ଗୁଣାତ୍ମକ କୋଚିଂ ଓ ଦିଗ୍‌ଦର୍ଶନ ଦେବାକୁ ଏହି କୋଚିଂ ସେଣ୍ଟର୍‌ ଭୁବନେଶ୍ବରରେ ପ୍ରତିଷ୍ଠା ହେବ। ବିଭାଗ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯିବ। ଆବେଦନ କରିଥିବା ସଂସ୍ଥାଗୁଡ଼ିକର ଆବେଦନପତ୍ରକୁ ବିନା କୌଣସି କାରଣ ଦର୍ଶାଇ ଉଚ୍ଚଶିକ୍ଷା ବିଭାଗ ଗ୍ରହଣ କିମ୍ବା ବାତିଲ୍‌ କରିପାରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର