ଅପରାଧ ରାଜ୍ୟ

ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ୍‌ ଚାଉଳ ଯୋଗାଣ ଅଭିଯୋଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୀଳଗିରି: ନୀଳଗିରିରେ ସରକାରଙ୍କ ପକ୍ଷରୁ ମିଳୁଥିବା ଟଙ୍କିକିଅ ଚାଉଳ ନକଲି! ସେଗୁଡ଼ିକ ପ୍ଲାଷ୍ଟିକ୍‌ ଚାଉଳ ବୋଲି ଅଭିଯୋଗ ହୋଇଛି। ବ୍ଲକ୍‌ ଅଧୀନ ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବୟରସାହି ଗ୍ରାମବାସୀ ଶାନ୍ତିଲତା ସିଂ, ମହେଶ୍ବର ସିଂ, ଇନ୍ଦ୍ର ସିଂ, ମୁଗୁରି ସିଂ ପ୍ରମୁଖ ଗତ ରବିବାର ଦିନ ଡିଲର ବୁଦ୍ଧିରାମ ସିଂ’ଙ୍କଠାରୁ ସରକାରୀ ଟଙ୍କିକିଆ ଚାଉଳ ଆଣିଥିଲେ। ସେହି ଚାଉଳ ରାନ୍ଧି ଖାଇବା ପରେ ପେଟ ଯନ୍ତ୍ରଣା ହୋଇଥିଲା। ଫଳରେ ସେମାନେ ଚାଉଳ ନକଲି ବୋଲି ସଂଦେହ କରିଥିଲେ। ଘରେ ଥିବା ଚାଉଳ ଯାଞ୍ଚ କରିବା ପରେ ତାହା ପ୍ଲାଷ୍ଟିକ୍‌ ଚାଉଳ ବୋଲି ଅଭିଯୋଗ ହୋଇଛି।

ସେହିପରି ଡିଲର ଶ୍ରୀ ସିଂ’ଙ୍କ ଅଧୀନରେ ୩୦୦ରୁ ଅଧିକ ହିତାଧିକାରୀ ଥିବା ବେଳେ ଜଡ଼ିବାଲି, ବୟରସାହି ଆଦି ଗ୍ରାମର ୭୫ ପ୍ରତିଶତ ଲୋକ ଉକ୍ତ ଚାଉଳ ନେଇସାରିଲେଣି ଏବଂ ତାକୁ ଖାଇ ପେଟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ଅଭି‌ଯୋଗ ଆସୁଛି। ଏ ସଂପର୍କରେ ଡିଲର ଶ୍ରୀ ସିଂ’ଙ୍କୁ ପଚାରିବାରୁ ସେ ଅତି ‌ଖାମଖିଆଲ ଭାବେ ଚାଉଳରେ ଭିଟାମିନ୍‌ ମିଶିଛି ବୋଲି କହିଛନ୍ତି। ସେହିପରି ସରପଞ୍ଚ ସଞ୍ଜୟ କୁମାର ସିଂ’ଙ୍କୁ ପଚାରିବାରୁ ସେ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।