ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବାଦ ପ୍ରଭାବ: କାଶୀପୁରରେ ହେବ ଖୁବଶୀଘ୍ର ଆମ୍ବ ପ୍ରୋସେସିଂ ୟୁନିଟ୍‌

ରାୟଗଡା: ଜିଲ୍ଲାର କାଶୀପୁର ଆମ୍ବ ଚାଷରେ କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି। ଭଳିକି ଭଲି ସୁଆଦିଆ ଆମ୍ବ ଏହି ବ୍ଲକରେ ମିଳିଥାଏ। ତେବେ ପ୍ରଚୁର ଆମ୍ବ ଚାଷ ଯୋଗୁଁ ବଜାର ନଥିବାରୁ ଚାଷୀ କ୍ଷତି ସବୁଛନ୍ତି। ଚାଷୀଙ୍କ ଦୁଃଖ କେହି ଶୁଣୁଛନ୍ତି ନା ତାଂକ ପ୍ରତି କେହି ଦୟା ଦେଖାଉଛନ୍ତି। କାଶୀପୁର ବ୍ଲକରେ ପ୍ରାୟ ୩ ହଜାର ହେକ୍ଟରରେ ଆମ୍ବ ଚାଷ କରାଯାଇଥାଏ। ପ୍ରାୟ ପ୍ରତିବର୍ଷ ୧୦ ହଜାର ମାଟ୍ରିକ ଟନ୍ ଆମ୍ବ ଅମଳ କରାଯାଇଥାଏ। ଥଣ୍ଡା ଅଂଚଳ ହୋଇଥିବାରୁ ଆମ୍ବଗୁଡିକ ବିଳମ୍ବରେ ପାଚିଥାଏ। ଯେତେବେଳେ ଆମ୍ବ ପାଚେ ସେତେବେଳେ ଆମ୍ବ ଦର କମ୍ ଥାଏ। କିଲୋ ପ୍ରତି ୬ଟଂକାରୁ ୧୦ ଟଂକା ମଧ୍ୟରେ ହିଁ ଆମ୍ବ ବିକ୍ରି ହୋଇଥାଏ।ଦଲାଲ ଏଠାରେ ଶସ୍ତାରେ ଆମ୍ବ କିଣି ନେଇ ବଜାରରେ ଏବଂ ବାହାର ରାଜ୍ୟରେ ଚଢା ଦରରେ ବିକ୍ରି କରନ୍ତି। ପୁଣି ବର୍ଷା ହେଲେ ଆମ୍ବର ରଂଗ କଳା ପଡିଯିବାରୁ ଦଲାଲମାନେ ଏହାକ ଆହୁରି କମ୍ ଦାମରେ ଚାଷୀଙ୍କ ଠାରୁ କିଣିଥାନ୍ତି। ଚାଷୀ ମଧ୍ୟ ନଷ୍ଟ ହେବା ବଦଳରେ ଯାହା ମିଳିଲେ ସେତିକିରେ ସନ୍ତୁଷ୍ଟ ହୋଇଯାଏ।

ପ୍ରତିବର୍ଷ ଆମ୍ବ ଦଲାଲମାନେ କାଶୀପୁର ଅଂଚଳରେ ଭିଡ ଜମାନ୍ତି। ଜିଲ୍ଲାରେ ଓରମାସ ତରଫରୁ ସେଭଳି ମାର୍କେଟିଂ କରାଯାଉନଥିବାରୁ ଚାଷୀ ପ୍ରତିବର୍ଷ କ୍ଷତି ସହୁଛନ୍ତି।ଓରମାସ ତରଫରୁ ପ୍ରତିବର୍ଷ ଆମ୍ବ ମେଳା କରି ଚାଷୀଙ୍କ ଠାରୁ କମ୍ ଦରରେ ଆମ୍ବ କିଣି ମେଳାରେ ଚଢା ଦରରେ ବିକ୍ରି କରାଯାଏ। ଏଥିରେ କୁହାଯାଏ ଚାଷୀଙ୍କ ଆମ୍ବକୁ ବଜାର ଦିଆଗଲା। ଆମ୍ବ ପ୍ରୋସେସିଂ ୟୁନିଟ କରିବା ନେଇ ବାରମ୍ବାର ଚାଷୀ ଏବଂ ବ୍ଲକ ପ୍ରଶାସନ ସରକାରଙ୍କୁ ଅବଗତ କରାଉଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିଲେ। ଏବେ କିନ୍ତୁ ଓରମାସ ଏବଂ ବ୍ଲକ ପ୍ରଶାସନ ମିଳିତ ଭାବେ ଏକ ବୈଠକ କରି ସ୍ଥାନୀୟ ଚାଷୀ ଏବଂ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ଯେ କାଶୀପୁରରେ ଖୁବଶୀଘ୍ର ଆମ୍ବ ପ୍ରୋସେସିଂ ୟୁନିଟ ସ୍ଥାପନ କରାଯିବ।

ଏହି ଘୋଷଣା ପରେ ଆମ୍ବ ଚାଷୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ଆମ୍ବ ପ୍ରୋସେସିଂ ପ୍ଲାଣ୍ଟ ବସିବା ପରେ ଆମ୍ବରୁ ଜୁସ, ଆମ୍ବସୋଡା, ସ୍କ୍ବାସ, ଜାମ ଭଳି ବିଭିନ୍ନ ଜିନିଷ ପ୍ରସ୍ତୁତ କରାଯାଇ ବିଭିନ୍ନ ସଂସ୍ଥାକୁ ଏହା ବିକ୍ରି କରାୟିବ ବୋଲି କୁହାଯାଇଛି। ଓରମାସର ଅଧିକାରୀଙ୍କ କହିବା ଅନୁଯାୟୀ ରାଜ୍ୟ ସରକାର କାଶୀପୁର ଅଂଚଳରେ ଆମ୍ବ ପ୍ରୋସେସିଂ ୟୁନିଟ ପାଇଁ ନିର୍ଦେଶ ଦେଇଥିବା ବେଳେ ଖୁବଶୀଘ୍ର ଏକ ଟ୍ରଷ୍ଟ କରାଯାଇ ତାର ପଞ୍ଜୀକରଣ କରାଯାଇ କାମ ଆରମ୍ଭ କରାଯିବ। ବ୍ଲକ ପ୍ରଶାସନ ତରଫରୁ କାମରେ ଲାଗୁନଥିବା ଏକ କୋଠାଘରକୁ ଚିହ୍ନଟ କରାଯାଇଥିବା କଥା ସେ କହିଥିଲେ। ତେବେ କାଶୀପରରେ ଆମ୍ବର ଅଭାବ ବିକ୍ରି ସହ ଚାଷୀ କ୍ଷତି ସହୁଥିବା ନେଇ ଖବର ପ୍ରକାଶ ପାଇବା ପରେର ସରକାର ତତ୍ପରତା ଦେଖାଇଛନ୍ତି। ଚାଷୀଙ୍କୁ ଆମ୍ବର ଉଚିତ ମୂଲ୍ୟ ଦେବା ପାଇଁ ଏଠାରେ ଏକ ପ୍ରୋସେସିଂ ୟୁନିଟ ତିଆରି କରାଯାଇ ଚାଷୀଙ୍କ ଠାରୁ ଉଚିତ ମୂଲ୍ୟରେ ଆମ୍ବ କିଣି ବିଭିନ୍ନ ଜିନିଷ ପ୍ରସ୍ତୁତ କରାଯିବ। ଆସନ୍ତା ବର୍ଷ ଠାରୁ ଚାଷୀ ଏହାର ଫାଇଦା ଉଠାଇପାରିବେ ବୋଲି କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।