ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ‘ରେଡିଓ ଚକଲେଟ୍’ ଓ ‘ସମ୍ବାଦ ଡିଜିଟାଲ୍’ ମିଳିତ ସହଯୋଗରେ ଆସନ୍ତା ଫେବ୍ରୁଆରି ୧୦ ତାରିଖରୁ ସର୍ବବୃହତ୍ କର୍ପୋରେଟ୍ ସ୍ପୋର୍ଟ୍ସ ଇଭେଣ୍ଟ ‘ଲେଟସ୍ ସଟଲ୍’ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ଦିନ ‘ସମ୍ବାଦ ଗ୍ରୁପ୍’ର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ଚାମ୍ପିଅନ୍ସିପ୍ର ଲୋ ଗୋ, ଜର୍ସି, ୱେବ୍ ସାଇଟ୍ ଓ ଟ୍ରଫିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ୩ ଦିନ ଧରି ରେଳ ଇନଡୋର୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଥିମ୍ ‘ପ୍ଲେ ଫର୍ ଏ କଜ୍’ ରଖାଯାଇଥିବା ବେଳେ ବିଜେତାଙ୍କ ପାଇଁ ଟ୍ରଫି ସହ ଆକର୍ଷଣୀୟ ପୁରସ୍କାର ରଖାଯାଇଛି।
ଏଥିରେ ଭାଗ ନେବାକୁ ଚାହୁଥିବା ଇଚ୍ଛୁକ କର୍ପୋରେଟ୍ ହାଉସ୍ www.letsshuttle.com ରେ ସିଧାସଳଖ ପଞ୍ଜୀକରଣ କରିପାରିବେ। ଗୁରୁବାରଠାରୁ ଆସନ୍ତା ଫେବ୍ରୁଆରି ୭ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ଉପରୋକ୍ତ ୱେବ୍ସାଇଟ୍ ଖୋଲା ରହିବ। ଏଥିରେ ଖେଳ ସମ୍ପର୍କିତ ସମସ୍ତ ନିୟମାବଳୀ ଓ ତଥ୍ୟ ବିସ୍ତୃତ ଭାବେ ପ୍ରଦାନ କରାଯାଇଛି। ଅଫ୍ଲାଇନ୍ରେ ମଧ୍ୟ ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି। କର୍ପୋରେଟ୍ ହାଉସ୍ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଫର୍ମପୂରଣ କରି ପଞ୍ଜୀକରଣ କରିପାରିବେ। ସବିଶେଷ ତଥ୍ୟ ପାଇଁ ମୋ: ୯୪୩୭୪୦୬୩୨୨ରେ ଯୋଗାଯୋଗ କରିପାରିବେ।
ଏହି ଉଦ୍ଘାଟନୀ ଉତ୍ସବରେ ଶ୍ରୀ ପଟ୍ଟନାୟକଙ୍କ ସମେତ ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ବ୍ୟାଡମିଣ୍ଟନ୍ ଖେଳାଳି ଶ୍ବେତପର୍ଣ୍ଣା ପଣ୍ଡା, ‘ସମ୍ବାଦ’ର ସମ୍ପାଦକ(ଫିଚର୍) ଗୌରହରି ଦାସ, ସମ୍ବାଦ ଡିଜିଟାଲ ଓ ରେଡିଓ ଚକଲେଟ୍ ବିଜ୍ଞାପନ ବିଭାଗ ମୁଖ୍ୟ ଲିଙ୍ଗରାଜ ଲେଙ୍କା, ‘କନକ ନ୍ୟୁଜ୍’ର ସମ୍ପାଦକ ମନୋରଂଜନ ମିଶ୍ର, ସ୍ପୋର୍ଟ୍ସ ସାଇନ୍ସ ଇନ୍ଷ୍ଟିଚ୍ୟୁଟ୍ର ପ୍ରତିଷ୍ଠାତା ସଦସ୍ୟ ଲିପିକା ପଟ୍ଟନାୟକ, କାର୍ଯ୍ୟକ୍ରମର ପୃଷ୍ଠପୋଷକ ‘ଇଭୋସ୍ ବିଲଡ୍କନ୍ ପ୍ରା.ଲି’ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ‘ସାପ୍ ରିୟଲ୍ ଇଷ୍ଟେଟ୍’ର ନିର୍ଦ୍ଦେଶକ ଏସ୍.କେ ଆୟୁବ୍ ଓ ପରିଚାଳନା ନିର୍ଦ୍ଦେଶକ ସ୍ନେହଲତା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ‘ସମ୍ବାଦ ଡିଜିଟାଲ୍’ର ମୁଖ୍ୟ ଧୃତିକାମ ମହାନ୍ତି, ‘ସମ୍ବାଦ ଇଂଲିସ୍’ର ମୁଖ୍ୟ ଅୟସକାନ୍ତ ଦାସ, କନକ ଡିଜିଟାଲ୍ର ଡେପୁଟି ଏଡିଟର୍ ରୁଦ୍ରନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ଉଲ୍ଲେଖଥାଉକି, ଅବକ୍ଷୟମୁଖୀ ପରିବେଶକୁ ପୁଣି ସବୁଜ ସୁନ୍ଦର କରି ଗଢ଼ି ତୋଳିବା ଲକ୍ଷ୍ୟ ନେଇ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ‘ପୁନଶ୍ଚ ପୃଥିବୀ’ ଆଜି ଆଉ ପାଦେ ଆଗେଇଛି। ଏହି ସଂକଳ୍ପକୁ ସାକାର ରୂପ ଦେବା ପାଇଁ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ୍ ଜରିଆରେ ଲୋକଙ୍କୁ ଅବକ୍ଷୟମୁଖୀ ପରିବେଶ, ଏହାର ଭୟାବହତା ଓ ଏଥିରୁ କିପରି ବର୍ତ୍ତିହେବ, ସେ ନେଇ ସଚେତନତା କରାଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l