ରାଜ୍ୟ

ସମ୍ବଲପୁର ଲୋକସଭା ରାଜନୀତି: ବବିଙ୍କ ଗସ୍ତ ସୂଚୀ ପରେ ବଢ଼ିଲା ତାତି

ସମ୍ବଲପୁର: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି। ସମ୍ବଲପୁର ଲୋକସଭା କ୍ଷେତ୍ରରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇନାହିଁ। ତଥାପି, ଏଥର ହେଭିୱେଟ୍‌ ଲଢ଼େଇ ହେବାନେଇ ଅଙ୍କକଷା ଆରମ୍ଭ ହୋଇଛି। ଗୋଟିଏପଟେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବାନେଇ ସମ୍ଭାବନା ଅଧିକ ରହିଥିବା ବେଳେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ‌ଏଠାରୁ ଲଢ଼ିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣିଷ ବବି ଦାସ ଆଗାମୀ ଦିନରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ୨୨ଟି ସଭା ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଏହି ଆଲୋଚନାକୁ ବଳ ଦେଇଛି।

ସରକାରୀ କର୍ମଚାରୀରୁ ରାଜନେତା ହୋଇଥିବା ବିଜେଡିର ଲୋକସଭା ପ୍ରାର୍ଥୀ ଇଂ. ନଳିନୀ ପ୍ରଧାନ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ବି ବିଜେପିକୁ କଡ଼ା ଟକ୍କର ଦେଇଥି‌ଲେ। ହେଲେ ଗତ ପଞ୍ଚାୟତ ନିର୍ବାଚନ ସମୟରୁ ତାଙ୍କୁ ଆଠମଲ୍ଲିକ ବିଧାନସଭା ରାଜନୀତିରେ ସୀମିତ ରଖାଯାଇଛି। ବିଜେଡିରୁ ଲୋକସଭା ପ୍ରାର୍ଥୀ ହେଲା ଭଳି କୌଣସି ସ୍ଥାନୀୟ ନେତା ଏପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ କରିନାହାନ୍ତି। ସାଂଗଠନିକ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହୁଥିବା ଏବଂ ଗଣମାଧ୍ୟମରେ ଖୁବ୍ କମ୍‌ ପ୍ରତିକ୍ରିୟା ରଖୁଥିବା ବବି କିନ୍ତୁ ନିକଟରେ ସମ୍ବଲପୁରର ସାମ୍ବାଦିମାନଙ୍କୁ ଏକ ହୋଟେଲକୁ ଡାକି ବେଶ୍ କିଛି ସମୟ ବିତାଇଥିଲେ। ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ନେଇ ଏକପ୍ରକାର ଆଗ୍ରହ ପ୍ରକାଶ କରିଥିଲେ। ଇତିମଧ୍ୟରେ ସେ ବାରମ୍ବାର ସମ୍ବଲପୁର ଜିଲ୍ଲା ଗସ୍ତ କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ୫ ତାରିଖ ଦିନ ଦେବଗଡ଼, କୁଚିଣ୍ଡା ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ୨ଟି ଲେଖାଏଁ, ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଗୋଟିଏ, ୬ ତାରିଖ ଦିନ ପୁଣି ରେଢ଼ାଖୋଲ ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ଗୋଟିଏ ଲେଖାଏଁ ଏବଂ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ୩ଟି ଜାଗାରେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖିଛନ୍ତି। ପୁଣି ୧୦ ତାରିଖ ଦିନ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ୪ଟି ଏବଂ ଦେବଗଡ଼ ବିଧାନସଭା କ୍ଷେତ୍ରରେ ଗୋଟିଏ ଏବଂ ୧୧ ତାରିଖ ଦିନ ଦେବଗଡ଼ ବିଧାନସଭା କ୍ଷେତ୍ରରେ ଏଭଳି ୫ଟି ସଭା କରିବେ ବୋଲି ଜଣାପଡ଼ିଛି। ବବିଙ୍କ ଗସ୍ତ କାର୍ଯ୍ୟକ୍ରମ ଆସିବା ପରେ ବିଜେଡି କର୍ମୀ ମହଲରେ ଉତ୍ସାହ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ, ଢେଙ୍କାନାଳ ତୁଳନାରେ ଧର୍ମେନ୍ଦ୍ରଙ୍କ ପାଇଁ ସମ୍ବଲପୁର ଆସନ ସହଜ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଏବେ ୩ଟି ଆସନ ସମ୍ବଲପୁର, ଦେବଗଡ଼ ଓ ରେଙ୍ଗାଲି ବିଜେପି ଅଧୀନରେ ଥିବାବେଳେ କୁଚିଣ୍ଡା, ରେଢ଼ାଖୋଲ, ଛେଣ୍ଡିପଦା କ୍ଷେତ୍ରରେ ଦଳୀୟ ସଂଗଠନ ପୂର୍ବାପେକ୍ଷ ସୁଦୃଢ଼ ହୋଇଛି। ଚଷାଜାତି ବହୁଳ ଆଠମଲ୍ଳିକ, ଛେଣ୍ଡିପଦା, ଦେବଗଡ଼, ରେଢ଼ାଖୋଲ ବିଧାନସଭା କ୍ଷେତ୍ର ପୁଣି ତାଙ୍କ ପାଇଁ ସୁହାଇବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।