ଅପରାଧ ରାଜ୍ୟ

ସମ୍ବଲପୁରରେ ବଢିଚାଲିଛି ସାଇବର ଅପରାଧ

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ କମିବା ନାଁ ଧରୁନି। ଅପରାଧୀ ଧରା ନ ପଡ଼ିବାକୁ ବଢ଼ୁଥିବା ସାଇବର ଠକେଇ ସମ୍ବଲପୁରବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏସବୁ ମଧ୍ୟରେ ବୁର୍ଲା ସୌରଭ ବିହାରରେ ରହୁଥିବା ରାମଗୋପାଳ ପାଣିଗ୍ରାହୀ କ୍ଲୋନିଂ ୱେବ୍‌ସାଇଟ୍‌ ମାଧ୍ୟମରେ ସାଇବର୍‌ ଠକେଇର ଶିକାର ହୋଇ ୫୦ ହଜାର ଟଙ୍କା ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦ ତାରିଖ ରାତି ଏସ୍‌ବିଆଇ ଲେଖା ଥାଇ ଏକ ମେସେଜ୍‌ ତାଙ୍କ ପାଖକୁ ଆସିଥିଲା। ୟୋନୋରେ ୪୯୮୮ ରିଵାର୍ଡ ପଏଣ୍ଟ ରିଦିମ୍‌ କରିବା ପାଇଁ ସେଥିରେ ଉଲ୍ଲେଖ ଥିଲା ଏବଂ ରିଵାର୍ଡ ପଏଣ୍ଟକୁ ଟଙ୍କାରେ ବଦଳାଇବାକୁ ଆଜି ଶେଷ ତାରିଖ (ଫେବ୍ରୁଆରି ୨୦) ବୋଲି ଲେଖା ଯାଇଥିଲା। ତା’ ସାଙ୍ଗରେ ଗୋଟିଏ ଲିଙ୍କ୍‌ ଦିଆଯାଇଥିଲା। ଲିଙ୍କ୍‌ କ୍ଲିକ୍‌ କରିବା ପରେ ଏସ୍‌ବିଆଇର ୱେବ୍‌ସାଇଟ୍‌ ଭଳି ଅବିକଳ ନକଲ ୱେବ୍‌ସାଇଟ୍‌(କ୍ଲୋନିଂ ୱେବ୍‌ସାଇଟ୍‌) ଖୋଲି ଯାଇଥିଲା। ଇଣ୍ଟରନେଟ୍‌ ବ୍ୟାଙ୍କିଂ ଭଳି ୟୁଜର୍‌ ନେମ୍‌ ଓ ପାସଵାର୍ଡ ସେଟ୍‌ କରିବା ପରେ ଓଟିପି ମଗାଯାଇଥିଲା। ୨ ଥର ସେ ଓଟିପି ଦେଇଥିଲେ। ଏସବୁ ମଧ୍ୟରେ ଠକ ତାଙ୍କ ଆକାଉଣ୍ଟରୁ ୪୯,୮୮୮ ଟଙ୍କା କାଟି ନେଇଥିଲା।

ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର୍‌ ହେଲ୍‌ପ ଲାଇନ୍‌ ନମ୍ବରରେ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ପରେ କୌଣସି ଉପାୟ ନ ପାଇ ମଙ୍ଗଳବାର ରାତି ରାମଗୋପାଳ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ଏକ ଘଟଣାକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରହୁଥିବା ସମ୍ବିତ ପଣ୍ଡା ୫୬ ହଜାର ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ତାଙ୍କର ଜଣେ ଆଇନଜୀବୀ ସାଙ୍ଗ ପାଖରୁ ଏକ କଲ୍‌ ଆସିଥିଲା। ଜଣେ ସିଆର୍‌ପିଏଫ୍‌ ଜବାନ ସାଙ୍ଗ ତାର ଘରକରଣା ସାମଗ୍ରୀମାନ ବିକ୍ରି କରିବାକୁ ଚାହୁଥିବା ସେ କହିଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ନମ୍ବର ମଧ୍ୟ ଦେଲେ। ଜିନିଷ କିଣିବା ପାଇଁ ସେହି ନମ୍ବରରେ ସମ୍ବିତ ଯୋଗାଯୋଗ କରିବାରୁ ଆଜି ଚାଲିଯିବି କହିବା ସହ ଗୁଗୁଲ ପେ’ ମାଧ୍ୟମରେ ଟଙ୍କା ପଠାଇବାକୁ କହିଥିଲେ। ତା କଥାରେ ବିଶ୍ବାସ କରି ପ୍ରଥମେ ୨ଟି ପର୍ଯ୍ୟାୟରେ ସେ ୨୫ ହଜାର ଟଙ୍କା ଦେଇଥିଲେ।

ପରେ ତାଙ୍କୁ କୋରିଅର୍‌ ସର୍ଭିସ୍‌ରୁ କଲ୍‌ ଆସିଲା, ୧୫ ହଜାର ୫ ଶହ ଟଙ୍କା ଗେଟ୍‌ ପାସ୍‌ ବାବଦରେ ଦେବାକୁ କହାଗଲା। ସେ ସେହି ଟଙ୍କା ମଧ୍ୟ ପୈଠ କଲେ। ଉକ୍ତ ବ୍ୟକ୍ତି ଜିଲ୍ଲା ଦୌରା ଜଜ୍‌ଙ୍କ ଫେକ୍‌ ଆଇଡି ବି ବ୍ୟବହାର କରିଥିଲା। ତାପରେ ପୁଣିଥରେ ଶେଷ ଥର କହି ଟଙ୍କା ମାଗିଥିଲେ। ସମ୍ବିତ ଆଉ ୧୫ ହଜାର ୫ ଶହ ଟଙ୍କା ଦେଇଥିଲେ। ମୋଟ ୫୬ ହଜାର ଟଙ୍କା ଦେଇ ସାରିବା ପରେ ଠକେଇର ଶିକାର ହୋଇଥିବା ଜାଣିଥିଲେ। ଏ ନେଇ ସମ୍ବିତ ମଙ୍ଗଳବାର ରାତି ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।