ଧର୍ମ ରାଜ୍ୟ

ସମ୍ବଲପୁରରେ ଫିକା ପଡିଲା ନୂଆବର୍ଷ ପାଳନ, ମା’ ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

ସମ୍ବଲପୁର ୧।୧: ସମ୍ବଲପୁରରେ ଫିକା ପଡିଲା ନୂଆବର୍ଷ ପାଳନ । ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ ହୋଇଥିବା ବେଳେ ଶନିବାର ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । ୪ ଦିନ ଧରି ମନ୍ଦିର ବନ୍ଦ ନିଷ୍ପତ୍ତି ଯୋଗୁଁ ଦର୍ଶନରୁ ବଞ୍ଚିତ ରହିଲେ ଶ୍ରଦ୍ଧାଳୁ । ଅନ୍ୟବର୍ଷ ଗୁଡିକରେ ନୂଆବର୍ଷ ଆରମ୍ଭରୁ ମା’ଙ୍କ ଦର୍ଶନ କରୁଥିବା ବେଳେ ଏଥର ତାହା ପୂରଣ ହୋଇପାରିନି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଥିବା ବେଳେ ଏଥର କିନ୍ତୁ ହାତ ଗଣତି ଶ୍ରଦ୍ଧାଳୁ ମନ୍ଦିର ବାହାରୁ ମୁଣ୍ଡିଆ ମାରି ଘରକୁ ଫେରିଛନ୍ତି ।

ତେବେ ମା’ଙ୍କୁ ଦର୍ଶନ କରି ନପାରି ସାଧାରଣତଃ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ରହିଯାଇଛି । ବାହାରେ ଦୀପ ପ୍ରଜ୍ବଳନ କରି ମୁଣ୍ଡିଆ ମାରି ଘରକୁ ଫେରିଛନ୍ତି । ତେବେ ମନ୍ଦିର ଟ୍ରଷ୍ଟ ବୋର୍ଡର ଏହି ନିଷ୍ପତ୍ତିକୁ ସ୍ବାଗତ କରି ପୂଜକମାନେ ମଧ୍ୟ ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି । ସକାଳ ୫ଟାରୁ ଆଳତୀ କରି ପୂଜାର୍ଚ୍ଚନା କରିଛନ୍ତି ।

ଓମିକ୍ରନ ଭୟାବହତା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଶ୍ରଦ୍ଧାଳୁ ବାହାରୁ ମୁଣ୍ଡିଆ ମାରି ନିଜର ଦୁଃଖ ଜଣାଉଥିବା ପୂଜକ କହିଛନ୍ତି । ତେବେ କେବଳ ସମଲେଶ୍ବରୀ ପୀଠ ନୁହଁ ଘଣ୍ଟେଶ୍ବରୀ ମନ୍ଦିର, ପ୍ଲାନେଟୋରିୟମ ପ୍ରଭୃତି ସ୍ଥାନରେ ଖାଁ ଖାଁ ସ୍ଥିତି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ