ଅପରାଧ ରାଜ୍ୟ

ସମ୍ବଲପୁରରୁ ୭ଜଣ ଡକାୟତ ଗିରଫ, ବୃଦ୍ଧ ଦମ୍ପତ୍ତିଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ସୁନାଗହଣା ଓ ଟଙ୍କା

ସମ୍ବଲପୁର ୧୧।୬: ସମ୍ବଲପୁର ପୋଲିସ ଦ୍ବାରା ୭ ଜଣ ଡକାୟତ ଗିରଫ । ଡକାୟତମାନଙ୍କ ନିକଟରୁ ୫ଟି ବାଇକ୍ ଓ ଗୋଟିଏ କାର୍ ଜବତ ହୋଇଛି । ଗତ ୩ ତାରିଖ ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ବାନ୍ଧି ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଅପରାହ୍ନରେ ଶ୍ୟାମ ସୁନ୍ଦର ଡାଲମିଆ ଓ ପତ୍ନୀ ସରୋଜଦେବୀ ଡାଲମିଆ ଘରେ ଥିବାବେଳେ ଅଟା କିଣିବା ବାହାନରେ ୫ ଜଣ ଦୁର୍ବୃତ୍ତ ଦୋକାନକୁ ପସି ଆସିବା ପରେ ଏଭଳି କାଣ୍ଡ ଭିଆଇଥିଲେ । ପ୍ରଥମେ ଦୋକାନ ଭିତରେ ପଶି ଅଟା ମାଗିବା ପରେ ବୃଦ୍ଧଙ୍କୁ ଆକ୍ରମଣ କରି ଭୁଜାଲି ମୁନରେ ୭୦ ହଜାର ଟଙ୍କା ଓ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ କରିଥିଲେ । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ପରେ ଦମ୍ପତ୍ତିଙ୍କୁ ଭୁଜାଲି ଦେଖାଇ ଗାମୁଛାରେ ବାନ୍ଧି ଫରାର ମାରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।