କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଆରମ୍ଭ ହେଲା ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା

ବ୍ରହ୍ମପୁର: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଆରମ୍ଭ ହୋଇଛି ଚୈତ୍ର ପର୍ବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ମା ଙ୍କ ଏହି ଯାତ୍ରା ପାଳନ ହେଉଛି। ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରିଛି ।
ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା। ଭକ୍ତଙ୍କ ବିନା କେବଳ ମାଆଙ୍କ ନୀତିକାନ୍ତି ପାଳିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡ଼ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମାଆଙ୍କ ଯାତ୍ରା କୋଭିଡ କଟକଣା ଭିତରେ ପାଳନ ହେଉଛି।
ଭୋର ୪ଟା ରେ ମନ୍ଦିର ଖୋଲି ମାଆଙ୍କ ସ୍ୱତନ୍ତ୍ର ନୀତି ପରେ ଦର୍ଶନ ଆରମ୍ଭ ହୋଇଛି। ଭକ୍ତ ବ୍ୟାରିକେଡ଼ରେ ଯାଇ ଦର୍ଶନ କରୁଛନ୍ତି ।

ଏ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଛି। ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ହେବ।
ଅନ୍ୟପକ୍ଷରେ ତାରାତାରିଣୀ ମନ୍ଦିର ହିଲ୍ ଟପ୍ ଏବଂ ତଳ ସିଂହଦ୍ବାର ନିକଟରେ ସମନ୍ବିତ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଉକ୍ତ କଣ୍ଟ୍ରୋଲ ରୁମ୍ରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଓ ପୁଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି। ମାଆଙ୍କ ମନ୍ଦିର(ହିଲ୍ ଟପ୍)କୁ ଯିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ବସ୍ ବ୍ୟବସ୍ଥା ହୋଇଛି। ପ୍ରତି ଯାତ୍ରୀ ପିଛା ଟିକେଟ୍ ୬୦ଟଙ୍କା ଧାର୍ଯ୍ୟ ହୋଇଛି।

ତାରତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଲାଗି ପ୍ରଶାସନ ସମସ୍ତ ପଦକ୍ଷେପ ନେଇଛି। ବ୍ୟାପକ ପୁଲିସ ବନ୍ଦୋବସ୍ତ ସାଙ୍ଗକୁ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ତାରତାରିଣୀଙ୍କ ଏହି ଯାତ୍ରାରେ ୧୦ଜଣ ନିର୍ବାହୀ ମାଜିଷ୍ଟ୍ରେଟ୍ ଓ ୬ଜଣ ସୁପରଭାଇଜର ଅଫିସରଙ୍କୁ ମୁତୟନ କରାଯାଇଛି। ଏଥିସହ ଗଞ୍ଜାମ ପୁଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୦ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ଏଥିସହ ୮ ପ୍ଲାଟୁନ (୧୬୨ଜଣ) କନଷ୍ଟେବଳ ଓ ୯ ପ୍ଲାଟୁନ୍(୧୮୦) ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ୩ଜଣ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୨ଜଣ ଇନ୍ସପେକ୍ଟର, ୧୪ଜଣ ସବ୍ ଇନ୍ସପେକ୍ଟର, ୬୨ଜଣ ଏଏସ୍ଆଇ ଓ ୧୦ଜଣ ହାବିଲଦାରଙ୍କୁ ମୁତୟନ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,