ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସିଂହଦ୍ବାର ସମ୍ମୁଖ ରାଧାବଲ୍ଲଭ ମଠର ବାକି ଅଂଶ ଭଙ୍ଗାଯାଇଛି। ପୂର୍ବରୁ ମଠ ଥିବା ସ୍ଥାନ ଭଙ୍ଗା ସରିଥିଲେ ହେଁ ଅନ୍ୟ ଅଂଶରେ ବ୍ୟାଙ୍କ ରହିଥିବାରୁ ଏଥିପାଇଁ କିଛି ସମୟ ଦିଆଯାଇଥିଲା। ଫଳସ୍ବରୂପ ଆଜି ବାକି ରହିଯାଇଥିବା ସ୍ଥାନ ଭଙ୍ଗାଯାଇଛି। ମୋଟ ୧୫.୬୫ ଏକର ଜମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେବାକୁ ଯାଉଥିବା ବେଳେ ଉଚ୍ଛେଦ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
