ପର୍ଯ୍ୟଟନ

ସମୁଦ୍ରରୁ ଧରା ପଡ଼ିଲା ଏପରି ଏକ ବିରାଟକାୟ ଜୀବ : ଉଠାଇବା ପାଇଁ ଡକାଗଲା କ୍ରେନ୍

ବେଙ୍ଗାଲୁରୁ ୨୨/୧୦: କର୍ଣ୍ଣାଟକର ସମୁଦ୍ରରେ ମାଛ ଧରୁଥିବାବେଳେ କେଉଟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଜାଲରେ ୨ଟି ବିରାଟକାୟ ସାମୁଦ୍ରିକ ଜୀବ ମଣ୍ଟା ରେ ଫସି ଯାଇଥିଲେ। ସେହି ୨ଟି ମଣ୍ଟା ରେର ଓଜନ ୭୫୦କିଲୋଗ୍ରାମ୍ ଏବଂ ୨୫୦କିଲୋଗ୍ରାମ୍ ଥିଲା।
ମାଙ୍ଗାଲୋରରେ ବୁଧବାର ମାଲପେ ବନ୍ଦରରୁ ଜଣେ କେଉଟ ମାଛ ଧରିବାକୁ ଯାଇଥିବାବେଳେ ତା ଜାଲରେ ୨ଟି ବିରାଟକାୟ ମଣ୍ଟା ରେ ଫସି ଯାଇଥିଲା।

ମଣ୍ଟା ରେ ଏକ ବିଶାଳକାୟ ସାମୁଦ୍ରିକ ଜୀବ ହୋଇଥାଏ ଯାହା ଜିନସ୍ ମେଣ୍ଟା ପ୍ରଜାତିର ହୋଇଥାଏ। ଏହି ଜୀବ ୭ମିଟର (୨୩ ଫୁଟ) ପର୍ଯ୍ୟନ୍ତ ଚଉଡ଼ା ହୋଇଥାନ୍ତି ଏବଂ ଛୋଟ ଅଲଫ୍ରେଡି ନାମକ ଜୀବର ଲମ୍ବ ୫.୫ ମିଟର(୧୮ଫୁଟ) ହୋଇଥାଏ।
ଉଭୟଙ୍କଠାରେ ତ୍ରିକୋଣୀୟ ପଙ୍ଖ,ଶିଙ୍ଗ ଆକାରର ସେଫେଲିକ୍ ବଡ଼ ପଙ୍ଖ,ଆଗ ପଟେ ମୁହଁ ହୋଇଥାଏ। ସେମାନଙ୍କୁ ମାଇଲିୟୋବ୍ୟେଟିଫାର୍ମରେ ବର୍ଗୀକୃତ କରାଯାଇଛି।

ଏହି ବିଶାଳକାୟ ଜୀବ ଧରା ପଡ଼ିବା ପରେ କେଉଟ ଜଣକ ସେହି ସାମୁଦ୍ରିକ ଜୀବନଗୁଡ଼ିକୁ ନାଗାସିଦ୍ଧି ନେଇ ଆସିଥିଲା। କିନ୍ତୁ ଏଗୁଡ଼ିକ ଉଠାଇ ଟ୍ରକରେ ରଖିବା ପାଇଁ କ୍ରେନର ସାହାଯ୍ୟ ନେବାକୁ ପଡ଼ିଥିଲା।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ