ଅପରାଧ ରାଜ୍ୟ

ସମୁଦ୍ରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ବେଳାଭୂମିରୁ ଲମ୍ଫ ମାରିବା ବେଳେ ଉଦ୍ଧାର କଲେ ଲାଇଫ୍ ଗାର୍ଡ

ପୁରୀ ୧୦।୦୫ : ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ମହିଳା ଉଦ୍ଧାର। ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ମହିଳା ଜଣକ ହେଉଛନ୍ତି ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳର ଉର୍ମିଳା ରାଉତ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ମଙ୍ଗଳବାର ସକାଳେ ମହିଳା ଜଣକ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ତେବେ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ନଜରରେ ଏହା ପଡିଥିଲା। କର୍ମଚାରୀ ମାନେ ସଙ୍ଗେ ସଙ୍ଗେ ମହିଳାଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେବା ପରେ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ କେଉଁ କାରଣରୁ ମହିଳାଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସମୁଦ୍ର କୂଳ ଥାନା ଅଧିକାରୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।