ରାଜ୍ୟ ସ୍ପେଶାଲ ରିପୋର୍ଟ

ସମାଜସେବୀଙ୍କ ନିଆରା ପ୍ରୟାସ, ଅନାଥ ଆଶ୍ରମର ଅନାଥ ଶିଶୁ ଦେଖିଲେ ଚଳଚ୍ଚିତ୍ର ‘ଦମନ’

ଗଜପତି ୧୪/୧୧: ଓଡ଼ିଆ ଚଳଚ୍ଚିତ୍ର ଦାମନ ଦେଖିଲେ ଅନାଥ ଆଶ୍ରମର ଅନ୍ତେବାସୀ । ସିନେମା ହଲରେ ବସି ଚଳଚ୍ଚିତ୍ର ଦେଖିଲେ ୮୦ରୁ ଅଧିକ ଅନାଥ ଶିଶୁ । ଏଥିପାଇଁ ସହଯୋଗ କରିଛନ୍ତି ଯୁବ ସମାଜସେବୀ ଦେବୀ ପ୍ରସାଦ ଦାସ । ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ସେ । ଦେଶ ତଥା ସମାଜ ପ୍ରତି ଦାୟିତ୍ଵ ବୋଧ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ଦମନ ।

ଦକ୍ଷିଣ ଓଡ଼ିଶାର ମାଲକାନଗିରି ଅଞ୍ଚଳର ଏକ ବାସ୍ତବ ଘଟଣା ଉପରେ ଆଧାରିତ ଚଳଚିତ୍ର ଯୁବ ସମାଜ ପ୍ରତି ପ୍ରେରଣାଦାୟୀ ହୋଇଛି। ସିନେମା ଜଗତରେ ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟତା ଅଧିକ ନଥିବା ବେଳେ ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ପାରଳାଖେମୁଣ୍ଡିରେ ତେଲୁଗୁ ସିନେମାର ଚାହିଦା ଯଥେଷ୍ଟ ରହିଛି । ଏପରି ସ୍ଥଳେ ଓଡିଆ ନାୟକ ବାବୁଶାନ୍ ଚଳଚ୍ଚିତ୍ରରେ ଜଣେ ଡାକ୍ତରଙ୍କ ପ୍ରକୃତ କାହାଣୀ, ଯେ ଜନସାଧାରଣଙ୍କୁ ଭଲ ପାଉଥିବା ଜଣେ ଡାକ୍ତର ଦୁର୍ଗମ ଅଞ୍ଚଳରେ କିପରି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ତେବେ ଏଭଳି ଚଳଚ୍ଚିତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ।

ପାଠପଢା ସରିବା ପରେ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହେବାକୁ ଥିବା ଯୁବକ ଯୁବତୀଙ୍କ ପାଇଁ ଏହା ଉତ୍ସାହିତ କରୁଛି। ତେବେ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇପାରୁ ନଥିବା ଅନାଥ ଶିଶୁମାନେ ଚଳଚ୍ଚିତ୍ର ଦେଖି ବହୁତ ଖୁସି ହୋଇଥିବା କହିଛନ୍ତି। ଅନ୍ୟ ପକ୍ଷରେ ଏହି ଶିଶୁଙ୍କ ପାଇଁ ଏହି ସହଯୋଗ ନ୍ୟୁନ ମାତ୍ର ବୋଲି କହିଛନ୍ତି ଯୁବ ସମାଜସେବୀ ତଥା ଯୁବ ବିଜୁ ଜନତା ଦଳର ସମ୍ପାଦକ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।