ଦେଶ ବିଦେଶ ମନୋରଞ୍ଜନ

ସମସ୍ତେ ବୋର୍ ,କିଛି କହିବାକୁ ଚାହୁଁଛନ୍ତି… କରୀନାଙ୍କ ରିଆକ୍ସନ୍ କାହିଁକି ଏମିତି?

ମୁମ୍ବାଇ ୨୭/୧୧: ବଲିଉଡ ଅଭିନେତ୍ରୀ କରୀନା କପୁର ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ତାଙ୍କ ମତରେ ଯେଉଁମାନେ ସେଲେବ୍ସଙ୍କୁ ଅନଲାଇନ୍ ଟ୍ରୋଲ୍ କରନ୍ତି ସେମାନଙ୍କ ପାଖରେ ଆଉ କିଛି କାମ ନଥାଏ। ନିକଟରେ ଦ କ୍ବିଣ୍ଟକୁ ଦେଇଥିବା ସାକ୍ଷାତକାରରେ କରୀନା କହିଥିଲେ ଯେ ,‘ମୋତେ ଲାଗୁଛି ଯେ ଲକଡାଉନ୍ ଏବଂ କୋଭିଡ ଯୋଗୁଁ ଲୋକଙ୍କ ମସ୍ତିଷ୍କ ଉପରେ ଅତ୍ୟଧିକ ପ୍ରଭାବ ପଡ଼ିଛି ଏବଂ ସମସ୍ତଙ୍କ ପାଖରେ ବହୁତ ଖାଲି ସମୟ ରହିଛି। ’

‘ସେଥିପାଇଁ ଲୋକେ ଓଭର ଡିସକସ୍,ଓଭର ଟ୍ରୋଲିଂ ଭଳି ଜିନିଷ କରିଥାନ୍ତି। ସମସ୍ତେ ଘରେ ବସିଛନ୍ତି,ଅନେକ ଲୋକଙ୍କ ପାଖରେ ଜବ୍ ନାହିଁ। ସମସ୍ତଙ୍କୁ ଏହାକୁ ଟ୍ରୋଲିଂ ଭଳି ଦେଖିବା ଅନୁଚିତ୍। ମୋତେ ଲାଗୁଛି ଯେ ସମସ୍ତେ ଘରେ ବୋର୍ ହୋଇଯାଇଛନ୍ତି ଏବଂ ତାଙ୍କୁ କିଛି ନା କିଛି କହିବାର ଅଛି।’

କରୀନା ଆଗକୁ କହିଥିଲେ ଯେ,‘ ମୋ ମତରେ ଆମେ ଏଠାରେ ଶାନ୍ତି ଏବଂ ସକରାତ୍ମକତା ଆଣିବା ପାଇଁ ଅଛୁ। ବାସ୍ ସମସ୍ତଙ୍କୁ ନିଜ ନିଜ ଜାଗାରେ ଖୁସି ରହିବା ଆବଶ୍ୟକ ଏବଂ ଅନ୍ୟମାନଙ୍କ ମାମଲାରେ ମୁଣ୍ଡ ଖେଳାଇବା ଅନୁଚିତ୍। ଯଦି ଟ୍ରୋଲିଂରେ କେହି ଖୁସି ହେଉଛନ୍ତି ତେବେ ତାଙ୍କୁ ହେବାକୁ ଦିଅନ୍ତୁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ