ରାଜ୍ୟ ସ୍ୱାସ୍ଥ୍ୟ

ସମସ୍ତଙ୍କ ସହଯୋଗରୁ ସଂକ୍ରମଣ କମୁଛି, ଆହୁରି ସତର୍କ ହେବ ଜରୁରୀ

ଭୁବନେଶ୍ୱର ୦୬।୧୧ : ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ l ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ଆଜି ଏପରି ସଂକ୍ରମଣ କମିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କିଛି ଦେଶରେ ସଂକ୍ରମଣ ବଢୁଛି ଯାହା ଚିନ୍ତାଜନକ, କିନ୍ତୁ ଚାଇନାରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶ ମାନଙ୍କରେ ସଂକ୍ରମଣ ହୋଇଥିଲା l ତେବେ ଆଗାମୀ ଦିନରେ କିପରି ସଂକ୍ରମଣ ନବଢିବ ସେ ଦିଗରେ କାମ କରିବା ଉଚିତ୍‌ । କରୋନାକୁ ଆମେ କିପରି ପ୍ରତିହତ କରିବା ସେ ଦିଗରେ କୋଭିଡର ନିୟମାବଳୀ ପାଳନକରିବା ଉଚିତ୍‌ । କୋଭିଡ ସମୟ ଆମକୁ ବହୁତ କିଛି ଶିଖାଇଛି । ତେଣୁ ଜନସାଧାରଣ ସେ ସବୁ କୁ ବୁଝିପାରିଛନ୍ତି । ଆଗାମୀ ଦିନରେ ସେ ସବୁକୁ ଆମେ ଜାରିରହିଲେ ସଂକ୍ରମଣ ଭୟ ରହିବ ନାହିଁ l ବିଭାଗ ମଧ୍ୟ ସର୍ଭିଲାନ୍ସ ଜାରି ରଖିଛି, ଲୋକମାନେ ମଧ୍ୟ ସଚେତନ ରୁହନ୍ତୁ l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ