ଦେଶ ବିଦେଶ ସ୍ୱାସ୍ଥ୍ୟ

ସମସ୍ତଙ୍କୁ ଲାଗିବନି କରୋନାର ତୃତୀୟ ଟିକା, ବଦଳିବ ବୁଷ୍ଟର ଡୋଜର ନୀତି

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନାର ତୃତୀୟ ଡୋଜ୍ ଉପରେ ନିଜର ନୀତି ଉପରେ ପୁଣି ବିଚାର କରିପାରନ୍ତି କେନ୍ଦ୍ର ସରକାର । ତେବେ ତୃତୀୟ ଡୋଜକୁ ନେଇ ବୈଜ୍ଞାନିକମାନେ ବାର୍ତ୍ତା ଦେଇଛନ୍ତି । ବୈଜ୍ଞାନିକଙ୍କ କହିବା ମୁତାବକ, ବୁଷ୍ଟର ଡୋଜ୍ କିଛି ନିର୍ଦ୍ଦିଷ୍ଟ ବୟସ ବର୍ଗଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇପାରେ ।

ଏବେ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ପୂର୍ବ ଅନ୍ୟ କୌଣସି ଗୁରୁତର ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ରିପୋର୍ଟରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ‘ବୁଷ୍ଟରକୁ ନେଇ ପୁଣିଥରେ ଚିନ୍ତା କରିବାକୁ ପଡିବ । ବହୁତ ବୁଝିବିଚାରି ନୀତିରେ ପରିବର୍ତ୍ତନ କରିବାକୁ ପଡିବ ।’

ତାଙ୍କ କହିବା ମୁତାବକ, ବୁଷ୍ଟର କୌଣସି ଦେଶର ମାମଲାରେ ସାହାର୍ଯ୍ୟ କରିନାହିଁ । ଏପରି ପରିସ୍ଥିତିରେ ଆମେ ଆଖି ବନ୍ଦ କରି ଅନ୍ୟ ଦେଶ ପରି ସମାନ ରାସ୍ତାରେ ଯାଇପାରିବା ନାହିଁ । ଆମକୁ ନିଜର ସ୍ଥାନୀୟ ମହାମାରୀ ବୈଜ୍ଞାନିକଙ୍କ କଥା ଶୁଣିବାକୁ ପଡିବ ଓ ବିଜ୍ଞାନକୁ ବି ବୁଝିବାକୁ ପଡିବ । ଆମ ନିଷ୍ପତ୍ତି ସେହି ଆକଳନ ଉପରେ ଆଧାରିତ ହେବା ଉଚିତ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ