ମନୋରଞ୍ଜନ

ସବୁ ଜାଣି ଅଜଣା

ନୂଆ ଗାୟକ ଅଭିଜିତ ମହାନ୍ତିଙ୍କ ମ୍ୟୁଜିକ୍ ଭିଡିଓ ‘ସବୁ ଜାଣି ଅଜଣା’ର ଅଡିଓ ରିଲିଜ୍ ହୋଇଯାଇଛି। ଏଥିରେ ଅଭିଜିତଙ୍କ ସହ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା। ବସନ୍ତ ନାୟକ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ରିଲିଜ୍ କରିଥିବା ଏଇ ମ୍ୟୁଜିକ୍ ଆଲବମ୍‌ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜିତ୍ ମହାପାତ୍ର। ଗୀତଟି ଲେଖିବା ସହ ମ୍ୟୁଜିକ୍‌ ଭିଡିଓର କୋରିଓଗ୍ରାଫି କରିଛନ୍ତି ସ୍ଥିତ ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ଯୁବ ପ୍ରଯୋଜକ ପ୍ରେମ ନାୟକ ଓ ରାହୁଲ ନାୟକ। ଗୀତଦୃଶ୍ୟରେ ଅଭିନୟ କରିଛନ୍ତି ଅରୋଶିଖା ଏବଂ ରାଜ ରାଜେଶ।

ପିଲା ବେଳୁ ଅଭିଜିତ ଜଣେ ମ୍ୟୁଜିକ୍ ଲଭର୍‌। ଘରୋଇ ଚ୍ୟାନେଲରେ ପ୍ରସାରିତ ‘ପ୍ରଥମ ସ୍ବର’, ‘ରାଗ ଅନୁରାଗ’ରେ ଅଂଶଗ୍ରହଣ କରିବା ସହ ଏବଂ ୨୦୦୮ରେ କର୍ଣ୍ଣାଟକ ଇଣ୍ଡିଆନ୍ ଆଇଡଲ୍‌ରେ ଭାଗ ନେଇ ସେ ଶ୍ରେଷ୍ଠ ୩୦ଜଣଙ୍କ ତାଲିକାରେ ରହିଥିଲେ। ଏବେ ସେ ବେଙ୍ଗାଲୁରୁରେ ଏକ ପ୍ରଫେସନାଲ ଓଟିଟି ପ୍ଲାଫର୍ମରେ ବିଜ୍ଞାପନ ବିଭାଗରେ କାମ କରୁଛନ୍ତି। ଓଡ଼ିଆ ସଙ୍ଗୀତରେ ସ୍ବର୍ଗତ ଅକ୍ଷୟ ମହାନ୍ତି ଏବଂ ବଲିଉଡ୍‌ କଣ୍ଠଶିଳ୍ପୀ କୁମାର ସାନୁଙ୍କ ଗୀତକୁ ଅଭିଜିତ ଅଧିକ ପସନ୍ଦ କରନ୍ତି। ଆଜିକାଲିକା କଣ୍ଠଶିଳ୍ପୀଙ୍କ ମଧ୍ୟରେ ଅଭିଜିତ ହ୍ୟୁମାନ୍ ସାଗରଙ୍କ ପ୍ରଶଂସା କରନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ