ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ସବୁ କଲେଜ କ୍ୟାମ୍ପସ୍‌ରେ ହେବ ପାଚେରି

ଭୁବନେଶ୍ବର : ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସରେ ପାଚେରି ବାଧ୍ୟତାମୂଳକ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗତ ୮ ତାରିଖରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସମୟରେ ଯେଉଁ ଅଞ୍ଚଳରେ ସରକାରୀ, ବେସରକାରୀ ଓ ଘରୋଇ କଲେଜ ନାହିଁ ସେଠାରେ କିଭଳି ଘରୋଇ କିମ୍ବା ସରକାରୀ ଡିଗ୍ରି କଲେଜ ଖୋଲିପାରିବ ସେଦିଗରେ ପଦକ୍ଷେପ ନିଆଯିବ।

ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ସହ ନାକ୍‌ ଓ ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍‌ରେ ଶିକ୍ଷାନୁଷ୍ଠାକୁଡ଼ିକ କିଭଳି ଭଲ ପ୍ରଦର୍ଶନ କରିବେ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଏକ ୫ ଜଣିଆ ଟିମ୍‌ ଗଠନ କରାଯାଇ ସରକାରୀ କଲେଜଗୁଡ଼ିକ କିଭଳି ନାକ୍‌ ମାନ୍ୟତା ପାଇବେ ସେନେଇ ଆସେସ୍‌ମେଣ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବ। ଯଦି ଆବଶ୍ୟକ ହୁଏ ଆଉଟ୍‌ସୋସିଂ ‌ସଂସ୍ଥାକୁ ନିଯୁକ୍ତ କରାଯାଇପାରେ। ଗ୍ରାଣ୍ଟ-ଇନ୍‌-ଏଡ୍‌ କଲେଜଗୁଡ଼ିକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦ୍ଦେଶାବଳୀ ଅନୁଯାୟୀ ରୁରାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ଉଚ୍ଚଶିକ୍ଷା ବିଭାଗ ବିରୋଧରେ କୋର୍ଟରେ ଥିବା ମାମଲାଗୁଡ଼ିକର ଫଇସଲା ପାଇଁ ୪ଜଣ ଅତିରିକ୍ତ ଆଡଭୋକେଟ୍‌ଙ୍କୁ ନିଯୁକ୍ତ କରିବା, କଲେଜଗୁଡ଼ିକୁ ଦିଆଯାଇଥିବା ଅନୁଦାନ ଯେପରି ଧାର୍ଯ୍ୟ ସମୟରେ ବିନିଯୋଗ ହୋଇପାରିବ ତାହା ଉପରେ ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।