ଅପରାଧ ରାଜ୍ୟ

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍ ଗିରଫ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ଗିରଫ ହୋଇଥିବାର ଖବର ମିଳିଛି। ବିଳମ୍ବିତ ରାତିରେ ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ସୌମ୍ୟଜିତକୁ ଉଠାଇଥିଲା କମିଶନରେଟ୍ ପୁଲିସ। ଆଉ କିଛି ସମୟ ପରେ ପୁଲିସ ସୌମ୍ୟଜିତକୁ ଭୁବନେଶ୍ବରରେ ଆଣି ପହଞ୍ଚିବ। ଗତବର୍ଷ ଶୈଳଶ୍ରୀବିହାରସ୍ଥିତ ଘରୁ ମିଳିଥିଲା ଶ୍ୱେତାଙ୍କ ଝୁଲନ୍ତା ମୃତ ଦେହ। ମୃତ୍ୟୁ ପାଇଁ ବୟଫ୍ରେଣ୍ଡକୁ ଦାୟୀ କରିଥିଲେ ଶ୍ୱେତାଙ୍କ ପରିବାର।
ସୂଚନାଯୋଗ୍ୟ ଯେ, ସଫ୍ଟୱେର୍ ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପାଇଁ ତାଙ୍କର ବୟଫ୍ରେଣ୍ଡ ଦାୟୀ ବୋଲି ଗତବର୍ଷ ଚନ୍ଦ୍ରଶେଖରପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଶ୍ବେତାଙ୍କ ବାପା ଓ ଦୁଇ ଭାଇ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ନାଁରେ ଅଭିଯୋଗ କରିଥିଲେ। ସୌମ୍ୟଜିତ୍ ବିଭିନ୍ନ ସମୟରେ ଶ୍ବେତାଙ୍କୁ ବ୍ଲାକମେଲ୍ କରି ମାନସିକ ନିର୍ଯାତନା ଦେଉଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ଲିଭ୍-ଇନ୍ ସମ୍ପର୍କରେ ରହିବା ପରେ ବାହାଘର ଭାଙ୍ଗିଯିବାରୁ ଶ୍ବେତା ଘୋର ମାନସିକ ଚାପରେ ଥିଲେ ଜଣାପଡ଼ିଥିଲା।


ଶ୍ବେତାଙ୍କ ପରିବାରଲୋକଙ୍କ କହିବା ଅନୁଯାୟୀ, ୨୦୧୮ ମସିହାରେ ସୌମ୍ୟଜିତ୍ ଓ ଶ୍ବେତା ଭୁବନେଶ୍ବରସ୍ଥିତ ଏକ ଆଇଟି କମ୍ପାନିରେ ଚାକିରି କରିଥିଲେ। ସେହିଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କଥା ବଢ଼ିବାରୁ, ସେମାନେ ଲିଭ୍-ଇନରେ ରହିଥିଲେ। ଶ୍ବେତାଙ୍କ ଘରଲୋକ ଏକଥା ଜାଣିବା ପରେ ଦୁହିଁଙ୍କ ବିବାହ କରାଇଦେବାକୁ ସୌମ୍ୟଜିତଙ୍କ ପରିବାରକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସୌମ୍ୟଜିତଙ୍କ ପରିବାର ଯୌତୁକ ବାବଦକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନହେଲେ ମଧ୍ୟ ଶ୍ବେତାଙ୍କ ବାପା ଏଥିପାଇଁ ଏକପ୍ରକାର ବାଧ୍ୟ ହୋଇଥିଲେ। ପରେ ଏହାକୁ ନେଇ ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।
ପରେ ସୌମ୍ୟଜିତ୍ ଚାକିରି ଛାଡ଼ି ନିଜ ଘର ସମ୍ବଲପୁର ପଳାଇବା ସହ ଶ୍ବେତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା। ଲିଭ୍-ଇନ୍ ବେଳର କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓକୁ ଭାଇରାଲ୍ କରିବ ବୋଲି ଧମକ ଦେଉଥିଲା। ଶ୍ବେତା ଭଲ ଦରମା ପାଉଥିବାରୁ ସେ ଟଙ୍କା ପାଇବା ଆଶାରେ ବ୍ଲାକମେଲ୍ କରୁଥିଲା ବୋଲି ଏତଲାରେ ଦର୍ଶାଯାଇଥିଲା। ଏନେଇ ପରିବାରଲୋକଙ୍କୁ ଶ୍ବେତା ଜଣାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନଥିଲା। ତେଣୁ ଶ୍ବେତା ମାନସିକ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଛି ବୋଲି ତାଙ୍କ ପରିବାର ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।