ଅପରାଧ ରାଜ୍ୟ

ସପ୍ତମ ଶ୍ରେଣୀର ଛାତ୍ରୀ ଚାରି ମାସର ଗର୍ଭବତୀ, ଜଣେ ଛାତ୍ର ଅଟକ

ବାଲିଗୁଡ଼ା ୨୫।୦୯: ଆବାସିକ ବିଦ୍ୟାଳୟ ଛାତ୍ରୀ ଗର୍ଭବତୀ । ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପାରୁ ଗାଁରେ ଥିବା ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟରୁ ଆସିଛି ଏପରି ଘଟଣା । ବେଲଘର ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୋଲିସ ଛାତ୍ରୀଙ୍କୁ ପଚରାଉଚୁରା କରିବାପରେ, ସେ ଜଣେ ଛାତ୍ରଙ୍କ ନାମ ପ୍ରକାଶ କରିଥିଲେ। ପରେ ବେଲଘର ପୋଲିସ ସନ୍ଦିଗ୍ଧ ଛାତ୍ରଙ୍କୁ ଅଟକ ରଖିଛି।

ତେବେ ଏନେଇ ପୋଲିସ ପାଖରେ କୌଣସି ପ୍ରକାରର ଠୋସ୍ ପ୍ରମାଣ ନଥିବା ହେତୁ ଉଭୟ ଛାତ୍ରଛାତ୍ରୀଙ୍କ ଡିଏନଏ ପରୀକ୍ଷା ପାଇଁ ବେଲଘର ଥାନାଧିକାରୀ ଦୀପକ ରାଉତ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜ ହେପାଜତରେ ନେଇଥିଲେ। ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଡାକ୍ତର ମାଇନା ସରିଛି। ବାଲିଗୁଡା ପୋଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି l ଆବାସିକ ବିଦ୍ୟାଳୟରେ ଏହି ଲଜ୍ୟାଜନକ ଘଟଣା ଘଟିବାପରେ ଅଭିଭାବକମାନେ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଅସୁରକ୍ଷିତ ମଣୁଛନ୍ତି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।