ଖେଳ ଦେଶ ବିଦେଶ

ସନ୍ଧ୍ୟାରେ ରୟାଲ୍ସ ବନାମ ଟାଇଟନ୍ସ : ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଟିମ୍ ହାର୍ଦ୍ଦିକ

ମୁମ୍ବାଇ,୧୪/୦୪: ଆଇପିଏଲ୍‌ର ୨୪ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ । ସିଜନ ଆରମ୍ଭରୁ ଉଭୟ ଦଳର ପ୍ରଦର୍ଶନ ଆକର୍ଷଣୀୟ ରହିଛି । ରୟାଲ୍ସ ଦଳ ୪ମ୍ୟାଚ୍‌ରୁ ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ରହିଛି । ଟାଇଟନ୍ସ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ସହ ୬ ପଏଣ୍ଟ ହାସଲ କରିଛି । ଟାଇଟନ୍ସ ଚତୁର୍ଥ ସ୍ଥାନରେ ରହିଛି । ଉଭୟ ଦଳ ପାଇଁ ଶୀର୍ଷ ସ୍ଥାନ ଅକ୍ତିଆର କରିବାର ସୁଯୋଗ ରହିଛି । ତେଣୁ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।

ଇତି ମଧ୍ୟରେ ୨୩ ମ୍ୟାଚ୍‌ ଶେଷ ହୋଇଛି । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଉଛନ୍ତି । ହୁଏତ ଆଜିର ମ୍ୟାଚ୍‌ରେ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି । ଏକମାତ୍ର ଦଳ ଭାବେ ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଛି । ଆଜି ଉଭୟ ଦଳର ବୋଲରଙ୍କ ମଧ୍ୟରେ ଅସଲ ଲଢେଇ ହେବ । ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନଙ୍କୁ ନେଇ ଟାଇଟନ୍ସ ଦଳର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ।

ରୟାଲ୍ସ ଦଳରେ ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ରବି ଅଶ୍ୱିନ, ପ୍ରସିଦ୍ଧ କ୍ରିଷ୍ଣା ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ରୟାଲ୍ସ ଦଳର ବ୍ୟାଟିଂ ବିଭାଗ ଟାଇଟନ୍ସ ତୁଳନାରେ ଅଧିକ ଶକ୍ତିଶାଳୀ । ଜୋସ ବଟଲର, ସିମରନ ହେତମେୟର, ଦେବଦତ୍ତ ପାଡ଼ିକଲ ଓ ସଞ୍ଜୁ ସାମସନଙ୍କ ଭଳି ବିସ୍ଫୋରକ ବ୍ୟାଟର ଦଳରେ ରହିଛନ୍ତି । ବଟଲର ଇତି ମଧ୍ୟରେ ଶତକ ଅର୍ଜନ କରିସାରିଛନ୍ତି । ଅରେଞ୍ଜ କ୍ୟାପ୍‌ ମଧ୍ୟ ତାଙ୍କ ଦଖଲରେ ରହିଛି। ସେହିପରି ଚହଲ ସର୍ବାଧିକ ୱିକେଟ୍‌ ହାତେଇ ପର୍ପଲ କ୍ୟାପ୍‌ ଅକ୍ତିଆର କରିଛନ୍ତି । ଟାଇଟନ୍ସକୁ ବ୍ୟାଟିଂ ବିଭାଗ ସଦୃଢ କରିବାକୁ ହେବ । ଯୁବ ବୋଲର ଦର୍ଶନ ନାଲକନ୍ଦେଙ୍କ ସ୍ଥାନରେ ଆଉ ଜଣେ ବ୍ୟାଟରଙ୍କୁ ଖେଳାଇବା ଉପଯୁକ୍ତ ନିଷ୍ପତ୍ତି ହୋଇପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ