ଅପରାଧ ରାଜ୍ୟ

ସନ୍ଦେହରେ ଅନ୍ଧ ହେଲା ନୃଶଂସ ସ୍ବାମୀ, ଶ୍ବଶୁର ଘରେ ସ୍ତ୍ରୀର ଗଳା କାଟି ହୋଇଗଲା ଫେରାର

ପାଟଣାଗଡ ୧୮।୬: ବଲାଙ୍ଗୀର ବେଲପଡା ଥାନା ବାହାବଳ ଗାଁରେ ଅଘଟଣ । ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ଗଳା କାଟିଦେଲା ସ୍ବାମୀ । ଶ୍ବଶୁର ଘରକୁ ଯାଇ ଛୁରୀରେ ସ୍ତ୍ରୀର ତଣ୍ଟି କାଟି ନୃଶଂସ ସ୍ଵାମୀ ସୁଧୀର ବାଗ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରି ପରିବାର ଲୋକ ପ୍ରଥମ ବେଲପଡା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ଜଣକ ହେଲେ ହେମ ବାଗ ।

ସୂଚନାଯୋଗ୍ୟ ଯେ, ୧୧ ବର୍ଷ ତଳେ ଅଭିଯୁକ୍ତ ସୁଧୀର ହେମକୁ ପ୍ରେମ ବିବାହ କରିଥିଲେ । ଉଭୟ କାନୁଟ ଗାଁରେ ରହୁଥିଲେ । ଉଭୟଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି । ତେବେ ଗତ ସୋମବାର ଦିନ ହେମ ଗାଁର ଜଣେ ବ୍ୟକ୍ତିଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରୁଥିବା ବେଳେ ସୁଧୀର ଦେଖି ତାକୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ହେମ ଘରୁ ପ୍ରେମିକ ସହ ଚାଲିଯାଇଥିଲେ । କିଛି ଦିନ ସେଠାରେ ରହିବା ପରେ ହେମ ତାଙ୍କ ଭାଉଜ ଘର ବାହାବଳ ଗାଁକୁ ଆସି ରହିଥିଲେ । ତେବେ ଶୁକ୍ରବାର ରାତିରେ ଅଭିଯୁକ୍ତ ସ୍ଵାମୀ ରାତିରେ ଲୁଚିକି ଯାଇ ସ୍ତ୍ରୀର ତଣ୍ଟି କାଟି ଫେରାର ହୋଇଯାଇଥିବା ପୀଡିତା ମହିଳାଙ୍କ ଭାଉଜ ଅଭିଯୋଗ କରିଛନ୍ତି । ଏନେଇ ଭୟରେ ପୀଡିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।