ମନୋରଞ୍ଜନ

ସନିଙ୍କ ଓଜନ ବଢ଼ାଉଛି ଲକ୍‌ଡାଉନ୍‌

କରୋନା ଜନିତ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ପାଇଁ ସବୁ ବନ୍ଦ। ଗମନାଗମନ ଉପରେ ବି କଟକଣା। ତେବେ ବି-ଟାଉନ୍‌ ସେଲିବ୍ରିଟିଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ଏବେ ଧୀରେଧୀରେ ଅନୁଭୂତ ହେବାରେ ଲାଗିଲାଣି। ଜିମ୍‌ ସେଣ୍ଟର ଓ ଯୋଗକେନ୍ଦ୍ର ବନ୍ଦ ହୋଇଯାଇଥିବାରୁ ବିଶେଷକରି ବଲିଉଡ୍‌ ଅଭିନେତ୍ରୀମାନେ ନିଜ ଫିଟନେସ୍‌ ଓ ପତଳା ଚେହେରାକୁ ନେଇ ଚିନ୍ତିତ ହୋଇପଡ଼ିଲେଣି। ବଲିଉଡ୍‌ ସୁନ୍ଦରୀ ସନି ଲିଓନିଙ୍କ ସହ ଘଟିଥିବା ଏକ ଘଟଣା ଆଧାର‌ରେ ଆମେ ଏଇକଥା କହୁଛି।

ସନି ଗତକାଲି ଘରେ ଏକ ବିଜ୍ଞାପନ ସୁଟିଂ କରିବା ସମୟରେ ଏକ ହଳଦିଆ ରଙ୍ଗରେ ଡ୍ରେସ୍ ପିନ୍ଧିଥିଲେ। ତେବେ ଡ୍ରେସ୍‌ ପିନ୍ଧିବାରେ ସନିଙ୍କୁ ଯେତିକି ଅସୁବିଧା ନ ହେଲା, ପିଠିପଟେ ଥିବା ଚେନ୍‌ ଦେବାକୁ ତାଙ୍କୁ ଭାରି କସରତ କରିବାକୁ ପଡ଼ିଲା। ଏମିତିକି ଚେନ୍‌ ଦେବାକୁ ପୂରା ଟିମ୍ ଲାଗି ପଡ଼ିଲା। ଘଣ୍ଟାକର କସରତ୍ ପରେ ଟିମ୍‌ ସେଥିରେ ସଫଳ ହୋଇଥିଲା। ଏହି ଘଟଣାକୁ ସନି ସୋସିଆଲ ମିଡିଆରେ ସେୟାର୍‌ କରିବା ସହ ଲକ୍‌ଡାଉନ୍ ଯୋଗୁଁ ଘରେ ବସି ବସି ମୋଟି ହୋଇଗଲେଣି ବୋଲି କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ