ଖେଳ ଦେଶ ବିଦେଶ

ସନରାଇଜର୍ସ ହାଇଦ୍ରାବାଦରେ ଫାଟ ! ସହକାରୀ କୋଚ୍ ପଦରୁ ଇସ୍ତଫା ଦେଲେ ସାଇମନ୍ କାଟିଚ୍

ନୂଆଦିଲ୍ଲୀ,୧୮/୦୨: ଆଇପିଏଲ ଆରମ୍ଭ ହେବାକୁ ମାତ୍ର ୫ ସପ୍ତାହ ବାକି ରହିଛି । ଏହାମଧ୍ୟରେ ସନ ରାଇଜର୍ସ ଟିମରେ ବିବାଦ ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ସହାୟକ କୋଚ୍ ପଦରୁ ସାଇମନ କାଟିଚ୍ ଇସ୍ତଫା ପ୍ରଦାନ କରିଛନ୍ତି । ନିକଟରେ ସେ ଦଳର ସହାୟକ କୋଚ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ନିଲାମୀରେ ଦଳ ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରିନଥିବା ସେ ଅଭିଯୋଗ କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏସଆରଏଚ ଟିମରେ ୨୦ ଖେଳାଳିଙ୍କୁ ସାମିଲ କରିଛି । କାଟିଚ ଦଳର ନିଲାମୀକୁ ନେଇ ଖୁସି ନଥିଲେ । କାରଣ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଦଳ ଖେଳାଳି କିଣି ନଥିଲା । ପୂର୍ବରୁ ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ଦଳ ଅଧିନାୟକ ପଦରୁ ହଟାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହାପରେ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରୁ ବାହାର କରିଦେଇଥିଲା ।

ପୂର୍ବ ସିଜିନଠୁ ଆରମ୍ଭ କରି ଏବେଯାଏଁ ଟ୍ରାବର୍ ବୋଲିସ୍ ଓ ବ୍ରାଡ୍ ହାଡିନ୍ ମଧ୍ୟ ଇସ୍ତଫା ଦେଇଛନ୍ତି । ଏବେ ଟମ୍ ମୁଡି ଦଳର କୋଚ୍ ପଦ ସମ୍ଭାଳିବେ । ଏହାସହ କେନ୍ ଓ୍ୱିଲମସନଙ୍କୁ ନେତୃତ୍ୱ ଭାର ମିଳିଛି । ସପୋର୍ଟ ଷ୍ଟାଫ୍ ଭାବେ ବ୍ରାଏନ ଲାରାଙ୍କୁ ମଧ୍ୟ ଦଳରେ ସାମିଲ କରିଛି ଏସଆରଏଚ ।

ସନରାଇଜର୍ସ ପାଇଁ ଗତ ସିଜିନ୍ ଖରାପ ଥିଲା । ଦଳ ୧୪ରୁ ମାତ୍ର ୩ଟି ମ୍ୟାଚ୍ ଜିତିଥିଲା । ଦଳ ପଏଣ୍ଟ ତାଲିକାରେ ୮ ନମ୍ବର ସ୍ଥାନରେ ଥିଲା । ଦଳ ଏହି ସିଜିନ ପାଇଁ କେନ୍ ଓ୍ୱିଲମସନ୍, ଅବଦୁଲ ସମଦ ଓ ଉମରନ ମଲିକଙ୍କୁ ରିଟେନ୍ କରିଥିଲା । ଏଙାସହ ମେଗା ଅକ୍ସନରେ ଆର୍ଡନ୍ ମାର୍କରମ୍, ନିକୋଲସ ପୁରନ, ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳିଙ୍କୁ କିଣିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ