ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସତର୍କ କରାଇଲେ ବିଶେଷଜ୍ଞ: ଭାରତରେ Omicron BF.7, ଦୀପାବଳିରେ ଆସିପାରେ ଭୂତାଣୁର ନୂଆ ଲହର

ନୂଆଦିଲ୍ଲୀ ୧୭/୧୦ : ଦୁଇବର୍ଷ ପରେ କରୋନା କାୟା ସାମାନ୍ୟ କମିବା ପରେ ଏବେ କଟକଣା କୋହଳ ହୋଇଥିଲା । ହେଲେ ଏବେ ପୁଣି ଥରେ ଭୟ ବଢାଇଲାଣି ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ ba.5.1.7 ଓ bf.7 । ଏହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି ।

ଚାଇନାର ମୋଙ୍ଗୋଲିଆରୁ ଉତ୍ପନ୍ନ ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଜା କରିବାକୁ ଯାଉଛି । ଏହା ସହ ନୂତନ ଲହର ସୃଷ୍ଟି ହେବା ନେଇ ଆକଳନ କଲେଣି ଏକ୍ସପର୍ଟ । ଖାସ୍ କରି ଯେଉଁଠି କୋଭିଡ୍ ଅଛି ସେଠାରେ ଅଧିକ ବଢିପାରେ ସଂକ୍ରମଣ । ଏକ ରିପୋର୍ଟ ଅନୁଯାୟୀ, ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଭାରତରେ BF.7 ର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଏହି ନୂତନ ସବ୍-ଭାରିଆଣ୍ଟ ଏତେ ସଂକ୍ରାମକ ଯେ, ଯାହା ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେବାରେ ବି ସକ୍ଷମ । ଫଳରେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳି ସହ ଧନତେରାସ୍, ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୂଜ ଭଳି ଉତ୍ସବରେ ସଂକ୍ରମଣ ବଢିପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଉଛି ।

ଲକଡାଉନ୍ ଓ କଟକଣା କୋହଳ ହେବା ପରେ ଲୋକମାନେ ଉତ୍ସାହର ସହ ବଡ ପର୍ବ ଦୀପାବଳି ପାଳିବାକୁ ଅନାଇ ବସିଛନ୍ତି । କାରଣ ଦୁଇ ବର୍ଷ ପରେ ସେହି ସୁଯୋଗ ମିଳିଛି । ହେଲେ ବିଶେଷଜ୍ଞମାନେ ନୂଆ ସବ-ଭାରିଆଣ୍ଟ ଚିହ୍ନଟ ହେବା ପରେ ଲୋକଙ୍କୁ ଏକପ୍ରକାର ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ନିୟମିତ ମାସ୍କକୁ ପରିଧାନ କରିବା ସହ ଦୂରତା ବଜାୟ ରଖିବା ଜରୁରୀ । ଏହାସହ ଯଦି ଦେହରେ ଲକ୍ଷଣ ଦେଖାଯାଏ , ତେବେ ନିଜକୁ ତୁରନ୍ତ ଆଇସୋଲେଟ୍ କରି ରଖନ୍ତୁ । କାରଣ ଏହା ଶିଶୁ, ବୃଦ୍ଧ, କର୍କଟ ରୋଗୀଙ୍କ ସହ ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ ସହଜରେ ଆଟାକ୍ କରିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ