ରାଜ୍ୟ

ସଟ୍ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଦୋକାନ

ଭୁବନେଶ୍ୱର ୨୧।୧୧ : ସଟ୍ ସର୍କିଟରୁ ଜଳିଗଲା ଦୋକାନ । ଭୁବନେଶ୍ବର ଶୈଳଶ୍ରୀ ବିହାର ଫେଜ-୨ ଛକ ନିକଟରେ ଜଳିଗଲା ୩ଟି ଦୋକାନ । ଯାହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ଖବର ଅନୁଯାୟୀ, ସୋମବାର ସକାଳୁ ସେହି ରାସ୍ତା ଦେଇ ଯାଇଥିବା ଇଲେକ୍ର୍ଟିକ ତାରରେ ଏକ କାଉ ବସିଥିବା ବେଳେ ହଠାତ୍ ସ୍ପାର୍କିଂ ହୋଇ କାଉଟି ଜଳିଯାଇଥିଲା । ସ୍ପାର୍କିଂ ଯୋଗୁ ନିଆଁ ଧାଷ ପାଲ ଉପରେ ପଡିବାରୁ ନିଆଁ ଲାଗିଥିଲା । ଫଳରେ ସେଠାରେ ଥିବା ଗଦି ଦୋକାନ, ଟେଣ୍ଟ ହାଉସ ଦୋକାନ, ସେଲୁନ, ପାନ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି । ପାଖରେ ଥିବା ଏକ ସାଇକେଲ ଦୋକାନ ବି କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।