ଖେଳ ଦେଶ ବିଦେଶ

ସଚିନଙ୍କ ଶତକୀୟ ଶତକକୁ ୯ ବର୍ଷ

ରାୟପୁର: ଆଜକୁ ଠିକ୍ ୯ ବର୍ଷ ତଳେ ଅର୍ଥାତ୍ ମାର୍ଚ ୧୬, ୨୦୧୨ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଶତକୀୟ ଅନ୍ତର୍ଜାତୀୟ ଶତକ ହାସଲ କରି ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ବିଶ୍ବର ପ୍ରଥମ କ୍ରିକେଟର୍‌ ଭାବେ ଏଭଳି ଅନନ୍ୟ ସଫଳତା ଲାଭ କରିଥିଲେ ସେ। ଏହି ମାଇଲଖୁଣ୍ଟର ୯ ବର୍ଷ ପୂର୍ତ୍ତି ଅବସରରେ ସାରା ବିଶ୍ବରେ ଥିବା ସଚିନପ୍ରେମୀ ତାଙ୍କର ସେହି ଐତିହାସିକ ସଫଳତାକୁ ସ୍ମରଣ କରିଛନ୍ତି। ନିଜେ ସଚିନ ମଧ୍ୟ କେକ୍ କାଟି ନିଜ ଶତକୀୟ ଶତକକୁ ମନେ ପକାଇଛନ୍ତି। ସଂପ୍ରତି ଏଠାରେ ସଡ଼କ ସୁରକ୍ଷା ବିଶ୍ବ ଶୃଙ୍ଖଳା ଖେଳୁଥିବା ସଚିନ ଇଣ୍ଡିଆ ଲିଜେଣ୍ଡ୍ସ ଦଳର ଅନ୍ୟତମ ଭାରତୀୟ ତଥା ସାଥୀ ଖେଳାଳି ଯୁବରାଜ ସିଂହ ଓ ମହମ୍ମଦ କୈଫଙ୍କ ଉପସ୍ଥିତିରେ ପିଚ୍ ଉପରେ ୧୦୦/୧୦୦ ଲେଖାଥିବା ଏକ ସୁନ୍ଦର ଓ ସୁସ୍ବାଦୁ କେକ୍ କାଟିବା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।

ସୂଚନାଯୋଗ୍ୟ ଯେ ସଚିନ ମିରପୁରର ଶେରେ ବାଂଲା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏସିଆ କପ୍‌ର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ନିଜ ଶତକୀୟ ଶତକ ହାସଲ କରିଥିଲେ। ପୂର୍ବରୁ ୫୧ ଟେଷ୍ଟ୍ ଶତକ ହାସଲ କରି ସାରିଥିବା ସଚିନଙ୍କର ଥିଲା ଏହା ୪୯ତମ ଦିନିକିଆ ଶତକ। ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ ସେ ତିନି ଅଙ୍କ ଛୁଇଁଥିବାରୁ ଭାରତୀୟ ଦଳ ସହ ବ୍ୟକ୍ତିଗତ ଭାବେ ଏହି ଶତକ ତାଙ୍କ ପାଇଁ ସ୍ବତନ୍ତ୍ର ଓ ମହତ୍ତ୍ବପୂର୍ଣ୍ଣ ଥିଲା। ତେବେ ତାଙ୍କ ୧୧୪ ରନ୍‌ର ଲଢ଼ୁଆ ପାଳି ସତ୍ତ୍ବେ ବାଂଲାଦେଶ ଏହି ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତି ନେଇଥିଲା। ସଚିନଙ୍କର ସେହି ୧୦୦ ଶତକ କୀର୍ତ୍ତିମାନ କିନ୍ତୁ ଏବେବି ଅତୁଟ ରହିଛି। ୪୭ ବର୍ଷୀୟ ଏହି ମହାନ କ୍ରିକେଟର୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ ୩୪,୩୫୭ ରନ୍ କରିଛନ୍ତି। ସେଥିମଧ୍ୟରେ ୧୬୪ଟି ଅର୍ଦ୍ଧଶତକ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ