ଖେଳ

ସଚିନଙ୍କ ପୁଅ ଧୋନି: ଶିକ୍ଷକତା ପାଇଁ ଆବେଦନ

ନୂଆଦିଲ୍ଲୀ : ଛତିଶଗଡ଼ରୁ ଏକ ବିଚିତ୍ର ଖବର ମିଳିଛି। ରାଜ୍ୟରେ ଚାଲିଥିବା ୧୪,୮୫୦ ଜଣ ଶିକ୍ଷକ ପଦବି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏକ ନକଲି ଆବେଦନ ପତ୍ର ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଜଣେ ଆବେଦନକାରୀ ନିଜ ନାମ ମହେନ୍ଦ୍ର ସିଂହ ଧୋନି ଏବଂ ପିତାଙ୍କ ନାମ ସଚିନ ତେନ୍ଦୁଲକର ଲେଖିଛନ୍ତି। ରାଇପୁରରେ ଶିକ୍ଷକ ପଦ ପାଇଁ ସେ ଆବେଦନ କରିଛନ୍ତି। ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲେ ମଧ୍ୟ ସେ ନଆସିବା ଫଳରେ ଏହା ନକଲି ଆବଦେନ ଥିବା ଜଣାପଡ଼ିଥିଲା। ଏଥିରେ ଧୋନି ଦୁର୍ଗର ସିଏସଭିଟିୟୁ ବିଶ୍ବବିଦ୍ୟାଳୟରୁ ଇଂଜିନିୟରିଂରେ ଡିଗ୍ରି କରିଥିବା ଉଲ୍ଲେଖ କରାଯାଇଛି। ନକଲି ଜାଣିବା ପରେ ସମ୍ପୃକ୍ତ ଆବେଦନକାରୀଙ୍କ ନାମରେ ମାମଲା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି‌ ନେଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ