ଦେଶ ବିଦେଶ

ସଙ୍ଗୀତଜଗତ ସ୍ତବ୍ଧ: ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ ପ୍ରଚ୍ଛଦପଟ ଏବଂ ଗଜଲ ଗାୟକ ପଙ୍କଜ ଉଧାସ ଆଉ ନାହାନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ପଙ୍କଜ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଆଜି ଦିନ ପ୍ରାୟ ୧୧ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୨ ବର୍ଷ ‌ହୋଇଥିଲା। ପଙ୍କଜଙ୍କ ଝିଅ ନାୟାବ ଉଧାସ ଏହି ସୂଚନା ଦେଇଛନ୍ତି। ଏହି ଖବରକୁ ନେଇ ସମଗ୍ର ସିନେମା ଓ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ପଙ୍କଜଙ୍କୁ ଗତ ୧୦ ଦିନ ତଳେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପଙ୍କଜଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ‘ଚିଠି ଆଇ ହୈ ’ଏବଂ ‘ଜିଏଁ ତୋ ଜିଏଁ କୈସେ’ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ ଗଜଲ ପାଇଁ ବେଶ୍‌ ପରିଚିତି ହାସଲ କରିଥିଲେ ପଙ୍କଜ। ସେ ‘ନାମ୍‌’, ‘ସାଜନ’ ଏବଂ ‘ମୋହରା’ ସହିତ ଅନେକ ହିନ୍ଦୀ ସିନେମାରେ ଗୀତ ଗାଇ ଲୋକଙ୍କ ମନ ଜିଣିଥିଲେ। ତାଙ୍କର ପ୍ରସିଦ୍ଧ ଚିରସବୁଜ ଗଜଲ ଗୁଡ଼ିକ ମଧ୍ୟରେ ‘ଚାନ୍ଦିନୀ ରାତ୍‌ ମେଁ’, ‘ନା କଜ୍‌ରେ କି ଧାର୍‌’, ‘ଔର ଆହିସ୍ତା କିଜିୟେ ବାତେଁ’ ଏବଂ ‘ଏକ ତରଫ୍‌ ଉସକା ଘର’ ଏବଂ ‘ଥୋଡ଼ି ଥୋଡି ପିୟା କରୋ’ ଆଦି ରହିଛି। ମହେଶ ଭଟ୍ଟଙ୍କ ୧୯୮୬ ମସିହାର ‘ନାମ୍‌’ ସିନେମାରେ ଗାଇଥିବା ଗୀତ ଜରିଆରେ ସେ ପ୍ରସିଦ୍ଧି ହାସଲ କରିଥିଲେ। ତାଙ୍କର ଗୀତ ‘ଚିଠି ଆଇୟେ ହୈ’ ପ୍ରବଳ ହିଟ୍ ହୋଇଥିଲା। ବିବିସି ରେଡିଓର ସହସ୍ରାବ୍ଦୀର ୧୦୦ ଗୀତ ମଧ୍ୟରେ ସ୍ଥାନ ପାଇଥିଲା।

ଗୁଜରାଟର ଜେତପୁରରେ ୧୯୫୧ ମସିହା ମେ ୧୭ ତାରିଖରେ ସେ ଜନ୍ମ ହୋଇଥିଲେ। ୩ ଭାଇଙ୍କ ମଧ୍ୟରେ ସେ ସବୁଠୁ ସାନ ଥିଲେ। ପ୍ରଥମେ ସେ ତବଲା ଶିଖିବା ଆରମ୍ଭ କରିଥିଲେ। କିନ୍ତୁ ପରେ ଗୁଲାମ କାଦିର ଖାନ୍‌ ସାହେବଙ୍କ ପାଖରୁ ହିନ୍ଦୁସ୍ତାନୀ ଭୋକାଲ କ୍ଲାସିକାଲ ମ୍ୟୁଜିକ ଶିକ୍ଷାଲାଭ କରିଥିଲେ। ଏହାପରେ ସେ ମୁମ୍ବାଇ ଯାଇ ସେଠାରେ ନବରଙ୍ଗ ନାଗପୁରକରଙ୍କ ଠାରୁ ଗ୍ବାଲିୟର ଘରାନା ଶିଖିଥିଲେ।

ସଙ୍ଗୀତ ପାଇଁ ସେ ବହୁ ଖ୍ୟାତନାମା ପ୍ରତିଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ ଗାୟକ ଭାବେ ଫିଲ୍ମଫେୟାର ପୁରସ୍କାର, ଗଜଲ ପାଇଁ ‌ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଏବଂ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ